www.samajalive.in
Sunday, December 14, 2025
16.1 C
Bhubaneswar

ବାରବାଟୀ ଟି-୨୦, ସୁରକ୍ଷା ବ୍ୟବସ୍ତା ସମୀକ୍ଷା କଲେ ପୁଲିସ ମହାନିର୍ଦ୍ଦେଶକ

ଡେସ୍କ: ଆସନ୍ତା ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ କ୍ରିକେଟ ମ୍ୟାଚ ଅବସରରେ ଆଜି ରାଜ୍ୟ ପୁଲିସ ମୁଖ୍ୟ କାର୍ୟ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନଓ ଶୃଙ୍ଖଳା) ଆର୍‌. କେ. ଶର୍ମା, ଭୁବନେଶ୍ୱର-କଟକ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, କଟକ ଡିସିପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଭୁବନେଶ୍ୱର-କଟକ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଉଭୟ ଦେଶର ଖେଳାଳୀଙ୍କ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଡିଜିପିଙ୍କୁ ଅବଗତ କରାଇଥିଲେ। ଖେଳାଳୀମାନେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରଠାରୁ ଖେଳ ଶେଷ ହେବା ପର୍ୟ୍ୟନ୍ତ ଗ୍ରହଣ କରାଯାଇଥିବା ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ।ଖେଳାଳିଙ୍କ ହୋଟେଲରେ ରହଣି, ନେଟ୍‌ସ୍ ଅଭ୍ୟାସ ସମୟରେ ଖେଳାଳୀଙ୍କ ଭୁବନେଶ୍ୱରରୁ କଟକ ଗସ୍ତ ଏବଂ ପ୍ରତ୍ୟାବର୍ତ୍ତନ, ଖେଳଦିନ ଷ୍ଟାଡିୟମ ପରିସରରେ ଏବଂ ଷ୍ଟାଡିୟମ ବାହାରେ ଗ୍ରହଣ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ ବ୍ୟବସ୍ଥା ସୁନିୟନ୍ତ୍ରିତ, ଗୁରୁତ୍ୱପୂର୍ଣ୍ଣ ଛକରେ ପୁଲିସ ମୁତୟନ, ଦର୍ଶକଙ୍କ ନିମନ୍ତେ ସୁବନ୍ଦୋବସ୍ତ ପାର୍କିଂ ବ୍ୟବସ୍ଥା ସଂପର୍କରେ ବିଶଦ ଭାବେ ଡିଜିପିଙ୍କୁ ଅବଗତ କରାଇଥିଲେ।

- Advertisement -

ଖେଳର ସୁପରିଚାଳନା ନିମନ୍ତେ ୩ ଡିସିପି, ୭ ଅତିରିକ୍ତ ଡିସିପି, ୩୨ ଏସିପି, ୪୫ ଇନ୍ସ୍‌ପେକ୍ଟର, ୨୭୭ ଏସ.ଆଇ/ ଏ.ଏସ୍‌.ଆଇ, ୨୧ ଟ୍ରାଫିକ ହାବିଲଦାର, ୯୨ ଟ୍ରାଫିକ କନେଷ୍ଟବଳ, ୧୭୬ ଏପିଆର କନେଷ୍ଟବଳ, ୪୩ ମହିଳା କନେଷ୍ଟବଳ, ୧୭୧ହୋମ୍‌ଗାର୍ଡ ଏବଂ ୧୮୬ ସେକ୍ସନ ଫୋର୍ସ ମୁତୟନ କରାଯିବ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ପରେ ଡିଜିପି ଶ୍ରୀ ବଂସଲ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଶର୍ମା, ଭୁବନେଶ୍ୱର-କଟକ ପୁଲିସ କମିଶନର ଶ୍ରୀ ପ୍ରିୟଦର୍ଶୀ ଓ କଟକ ଡିସିପି ପିନାକ ମିଶ୍ର ବାରବାଟୀ ଷ୍ଟାଡିୟମକୁ ଯାଇ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories