ମୁଖୀଗୁଡା: କଳାହାଣ୍ଡି ଜିଲ୍ଲା ମୁଖୀଗୁଡା ଜଗନ୍ନାଥ ମନ୍ଦିରରୁ ଭଗବାନଙ୍କ ରୁପା ଅଳଙ୍କାର, ହୁଣ୍ଡିରେ ଥିବା ଟଙ୍କା ଗତ ୩ତାରିଖ ବିଳମ୍ବିତ ରାତିରେ ଚୋରି ହୋଇଥିଲା। ହେଲେ ଚୋରି ହେବାର ୭ଦିନ ହୋଇ ଯାଇ ଥିଲେ ମଧ୍ୟ ପୁଲିସକୁ କୌଣସି ସୁରାଗ ମିଳିପାରି ନାହିଁ। ଏନେଇ ଜୟପାଟଣା ଥାନା ଅଧିକାରୀ ବାସୁଦେବ ଛତ୍ରୀଆଙ୍କୁ ପଚାରିବାରୁ ତଦନ୍ତ ଜାରି ରଖିଥିବା ପ୍ରକାଶ କରିଛନ୍ତି। ମନ୍ଦିର ପରିଚାଳନା କମିଟିର ସମ୍ପାଦକ ପ୍ରସନ୍ନ ମିଶ୍ର ପୁଲିସ ଉପରେ ଭରସା ରଖିଥିବା ବେଳେ ଯେଉଁଠାରେ ଭଗବାନ ସୁରକ୍ଷିତ ନୁହଁନ୍ତି ସେହିଠାରେ ସାଧାରଣ ଜନତା କେତେ ସୁରକ୍ଷିତ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ତୁରନ୍ତ ପୁଲିସ ଚୋରମାନଙ୍କୁ ଧରିବାସହ ଭଗବାନଙ୍କ ଚୋରି ହୋଇଥିବା ଅଳଙ୍କାର ଉଦ୍ଧାର କରିବା ପାଇଁ ସାଧାରଣରେ ଦାବି ହେଉଛି।
ମୁଖୀଗୁଡା ଜଗନ୍ନାଥ ମନ୍ଦିର ଚୋରିର ସାତ ଦିନ ବିତିଗଲା; ଚୋର କିମ୍ବା ଚୋରି ସାମଗ୍ରୀ ବିଷୟରେ ପତ୍ତା ନାହିଁ
Popular Categories



