www.samajalive.in
Monday, December 15, 2025
27.1 C
Bhubaneswar

ବାଘ ଗଣନା ବେଳେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କଲା ହାତୀ

ଠାକୁରମୁଣ୍ଡା: ଶିମିଳିପାଳ ଅଭୟାରଣ୍ୟରେ ଅଭାବନୀୟ ଘଟଣା ଘଟିଛି । ଜଣେ ସୁରକ୍ଷାକର୍ମୀଙ୍କୁ ହାତୀ ଆକ୍ରମଣ କରିଥିବା ଜଣାପଡ଼ିଛି । ଚହଲାରେ ବାଘ ଗଣନା ବେଳେ ଜଣେ ବନ ସୁରକ୍ଷାକର୍ମୀଙ୍କୁ ହାତୀ ଆକ୍ରମଣ କରିବା ଫଳରେ ସେ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଏବଂ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡରେ ଥିବା ୧୬ଟି ରେଞ୍ଜର ୧୭୩ଟି ସ୍ଥାନରେ ଚାଲିଛି ବାଘଗଣନା । ପ୍ରି ମୋନସୁନ ବାଘଗଣନା କାର୍ଯ୍ୟରେ ବନକର୍ମଚାରୀ ସାମିଲ ହଇ ବାଘ ଗଣନା କାର୍ଯ୍ୟ କରୁଛନ୍ତି । ଏହା ଗଣନାକାର୍ଯ୍ୟ ଆଠଦିନଧରି ଚାଲିବ ।  ଏହା ଗତ ୬ ତାରିଖରୁ ଆରମ୍ଭ ହଇଥିବା ବେଳେ ୧୩ ତାରିଖରେ ସମ୍ପୂର୍ଣ୍ଣ ହବାର ସ୍ଥିର ହେଇଛି । ଅନ୍ୟପଟେ ଦୁଇଦିନ ତଳେ ବାଘ ଗଣନା କାର୍ଯ୍ୟ କରୁଥିବା ସମୟରେ ଉତ୍ତର ଶିମିଳିପାଳର ଚହଲା ରେଞ୍ଜ ଅଞ୍ଚଳରେ  ଦୁଇ ବନ ବିଭାଗ କର୍ମଚାରୀକୁ ଭାଲୁ ଆକ୍ରମଣରେ ଆହତ ହେଇଥିଲେ ।
ଗତକାଲି ପୁଣି ବାଘ ଗଣନା କାର୍ଯ୍ୟରେ ନିୟୋଜିତ ଥିବା ଫରେଷ୍ଟର  ହାତୀ ଆକ୍ରମଣରେ ଶିକାର ହେଇଛନ୍ତି । ଫରେଷ୍ଟର ଜଙ୍ଗଲରେ ହିଁ ଗୁରୁତ୍ୱ ହେଇପଡିଛନ୍ତି । ଫରେଷ୍ଟର ଜଣକ ହେଉଛନ୍ତି ତରୁଣ କୁମାର ଦାସ । ଚହଲା ରେଞ୍ଜ ଅଞ୍ଚଳରେ ହାତୀ ଆକ୍ରମଣ କରିଥିଲା, ଯାହା ଫଳରେ ଅନେକ ସ୍ଥାନରେ ଆଘାତ ଲାଗିଛି । ଵିଶେଷ କରି ଗୁଡ଼ ଭାଙ୍ଗି ଗୁରୁତର ହେଇପଡିଛନ୍ତି ।  ବାଘ ଗଣନା ସମୟରେ ଶିମିଳିପାଳ ଅଭୟାରଣ୍ୟରେ ଏହି ଭଳି ଘଟଣା ଦ୍ୱିତୀୟ ଥର ପାଇଁ ଘଟିଛି । ଏନେଇ ବନ ବିଭାଗ କର୍ମଚାରୀ ଖବର ପାଇବାପରେ ଯଶିପୁର ଡାକ୍ତରଖାନାରେ ଗୁରୁତରଙ୍କୁ ଭର୍ତ୍ତି କରାଇଥିଲେ  । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝର ଡାକ୍ତରଖାନା ଓ ତାପରେ ଭୁବନେଶ୍ବର ଏମ୍ସସ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଆରସିସିଏଫ୍‌ ସୂଚନା ଦେଇଛନ୍ତି । ସମସ୍ତ ବନକର୍ମଚାରୀଙ୍କୁ ସତର୍କତା ରହି ଗଣନା କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ ।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories