www.samajalive.in
Friday, December 12, 2025
26.1 C
Bhubaneswar

ବକେୟା ଟଙ୍କା ପାଇଁ ବିଦ୍ୟୁତ୍ କାଟିଲା ଟାଟା; ହୁକରେ ଚାଲିଛି ପଞ୍ଚାୟତ ଅଫିସ

ଗୁଡଭେଲା: ବିଦ୍ୟୁତ ବିଲ୍‌ ବକେୟା ରହିଯିବାରୁ ସରକାରୀ କାର୍ଯ୍ୟାଳୟର ବିଦ୍ୟତ୍‌ ସଂଯୋଗକୁ କାଟ୍‌ କରିଛି ଟାଟା କମ୍ପାନୀ । ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେବାରୁ ଏକ ସରକାରୀ କାର୍ଯ୍ୟାଳୟ ହୁକ (ବାଇପାସ୍) କରି ବିଦ୍ୟୁତ୍‌ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଯାହାକି ଗୁଡ଼ଭେଲା ବ୍ଳକରେ ଚର୍ଚ୍ଚାର ବିଷୟ ପାଲଟିଛି । ଗୁଡଭେଲା ବ୍ଳକ ଅନ୍ତର୍ଗତ ବଡଙ୍ଗୋମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟର ବିଦ୍ୟୁତ ସଂଯୋଗକୁ ୬ ମାସ ହେବ କାଟ୍‌ କରିଛି ବିଦ୍ୟୁତ ବିଭାଗ । ଏହି ପଞ୍ଚାୟତର ବିଦ୍ୟୁତ୍‌ ବିଲ ପ୍ରାୟ ୮୫ ହଜାର ଟଙ୍କା ବକେୟା ରହିଛି ।

ସରପଞ୍ଚ ଓ ଇଓ ବିଦ୍ୟୁତ ବିଲ ଦେବାକୁ ଅମଙ୍ଗ ହେବାରୁ ବାଧ୍ୟ ହୋଇ ସଂଯୋଗକୁ ବିଚ୍ଛିନ୍ନ ଟାଟା କରିଛି ବୋଲି ସୂଚନା ମିଳିଛି । ବିଦ୍ୟୁତ କନେକ୍ସନ ବିଚ୍ଛିନ୍ନ ହେବା ଯୋଗୁ ଚୋରା ବିଦ୍ୟୁତ୍‌ରେ ପଞ୍ଚାୟତ କାର୍ଯ୍ୟଳୟ ଚାଲିଥିବା ଜଣାପଡ଼ିଛି । ଏନେଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପଞ୍ଚାନନ ସାମଲଙ୍କୁ ପଚାରିବାରୁ ହୁକ୍(ବାଇପାସ୍) କରିଥିବା ସ୍ୱୀକାର କରିଥିବା ସହ ଏହି ବର୍ଷ ବିଲ୍‌ ପୈଠ କରାଯିବ ବୋଲି ଶ୍ରୀ ସାମଲ କହିଥିଲେ । ଏହାସହ ବିଦ୍ୟୁତ୍‌ ବିଭାଗ ଏସଡିପିଓ ବିଲ୍‌ ବକେୟା ବିଲ୍‌ ପୈଠ ନକରିଥିବାରୁ କଟା ଯାଇଛି ବୋଲି କହିଛନ୍ତି ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories