www.samajalive.in
Saturday, December 13, 2025
23.1 C
Bhubaneswar

ଓଡ଼ିଶାରେ ପେଟ୍ରୋଲ, ଡିଜେଲ ଟ ୩.୧୫ କମିଲା

ଭୁବନେଶ୍ୱର: ତୈଳ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ଘଟାଇବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ବିଭିନ୍ନ ରାଜ୍ୟ ଭାଟ୍‌ ହ୍ରାସ କରି ତୈଳ ଦର କମାଇଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର କି ପଦକ୍ଷେପ ନେଉଛନ୍ତି ଏବେ ତାହା ଉପରେ ସମସ୍ତଙ୍କ ନଜର।ଏ ସମ୍ପର୍କରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ଯେ, କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅପିଲ୍‍କୁ ଆମେ ଅନୁଧ୍ୟାନ କରିବୁ। ତାହାର ତର୍ଜମା କରି ଏ ଦିଗରେ କ’ଣ କରାଯାଇପାରିବ ସେ ସମ୍ପର୍କରେ ଆମେ ନିଷ୍ପତ୍ତି ନେବୁ।

- Advertisement -

ଅନ୍ୟପକ୍ଷରେ ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଏବଂ ଓଏମ୍‍ସିଗୁଡିକ ଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କରାଯାଇଥିବା ଲିଟର ପିଛା ୨ଟଙ୍କା ୫୦ ପଇସା ହ୍ରାସ ଉପରେ ରାଜ୍ୟର ୨୬% ମୂଲ୍ୟଯୁକ୍ତ ଟିକସ(ଭାଟ୍‍)କୁ ହିସାବକୁ ନେଲେ ଟିକସ ବାବଦରେ ସ୍ୱୟଂକ୍ରିୟ ଭାବେ ୬୫ ପଇସା ହ୍ରାସ ଘଟୁଛି। ଏହା ଫଳରେ ଓଡ଼ିଶାରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଲିଟର ପିଛା ମୋଟ ୩ ଟଙ୍କା ୧୫ ପଇସା ହ୍ରାସ ହେଉଛି। ଏ କ୍ଷେତ୍ରରେ ତୈଳ ମୂଲ୍ୟ ହ୍ରାସରେ ଓଡ଼ିଶାର ୬୫ ପଇସା ଯୋଗଦାନ ରହୁଛି। ଆଜି ଓଏମ୍‍ସିଗୁଡିକ ତୈଳ ମୂଲ୍ୟରେ ଯେଉଁ ୧ ଟଙ୍କା ହ୍ରାସ ଘଟାଉଛନ୍ତି ପୂର୍ବରୁ ତୈଳ କମ୍ପାନୀଗୁଡିକ ସେମାନଙ୍କର ତେଲର ମୂଳ ଦରରେ ହ୍ରାସ ଘଟାନ୍ତୁ ବୋଲି ଓଡ଼ିଶା ପକ୍ଷରୁ ଦାବି କରାଯାଇଥିବା ଶ୍ରୀ ବେହେରା କହିଛନ୍ତି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories