www.samajalive.in
Saturday, December 13, 2025
23.1 C
Bhubaneswar

ମଣ୍ଟୁ ପାତ୍ର ହତ୍ୟାକାଣ୍ଡ ରହସ୍ୟ ଉନ୍ମୋଚିତ : ସ୍ତ୍ରୀ ଗିରଫ; ପ୍ରେମିକ ଏବେବି ଫେରାର

ଢେଙ୍କାନାଳ  : ଢେଙ୍କାନାଳ ସହରରେ ଦିନ ଦିପହରରେ ଘରେ ପଶି ଗହଣା କାରିଗର ମଣ୍ଟୁ ପାତ୍ରଙ୍କୁ ଗଳାକାଟି ହତ୍ୟା କରିବା ଘଟଣାର ରହସ୍ୟ ଉନ୍ମୋଚନ କରିଛି ପୁଲିସ। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମୃତକଙ୍କ ସ୍ତ୍ରୀ ଅରୁଣା ପାତ୍ରଙ୍କୁ ପୁଲିସ ଗିରଫ କରିଛି। ଅନ୍ୟତମ ଅଭିଯୁକ୍ତ ଅରୁଣାଙ୍କ ପ୍ରେମିକ ଏବେବି ଫେରାର ଥିବା ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ହରେକୃଷ୍ଣ ପ୍ରଧାନ ସୂଚନା ଦେଇଛନ୍ତି।
ସେପ୍ଟେମ୍ବର ୩ତାରିଖ ମଧ୍ୟାହ୍ନରେ ସୁନା ଗହଣା କାରିଗର ମଣ୍ଟୁ ପାତ୍ର ଦୋକାନରୁ ଫେରି ସେ ରହୁଥିବା ମୀନାବଜାର ପଟ୍ଟନାୟକ ସାହିସ୍ଥିତ ଭଡ଼ା ଘରକୁ ଆସିଥିଲେ। ପୂର୍ବ ଯୋଜନା ଅନୁଯାୟୀ ସ୍ତ୍ରୀ ଅରୁଣା ତାଙ୍କୁ ଖାଦ୍ୟରେ ନିଶା ଦେଇଥିଲା। ଏହାକୁ ଖାଇବାପରେ ସେ ଅଚେତ ହୋଇ ପଡ଼ିଥିଲେ। ସେହି ସମୟରେ ତା’ର ପ୍ରେମିକ ଆସି ପହଞ୍ଚିଥିଲା। ପ୍ରେମିକ ଜଣକ ମଣ୍ଟୁ ପାତ୍ରର ଗଳାକାଟି ହତ୍ୟା କରିଥିଲା। ପାଖରେ ସ୍ତ୍ରୀ ଅରୁଣା ଛିଡ଼ାହୋଇ ତାଙ୍କୁ ସହଯୋଗ କରିଥିଲା।
ପୁଲିସ ନିକଟରେ ଅରୁଣା ଦେଇଥିବା ବୟାନ ଅନୁଯାୟୀ ମଣ୍ଟୁ ପାତ୍ର ଅରୁଣାର ଚରିତ୍ର ଉପରେ ସବୁବେଳେ ସନ୍ଦେହ କରୁଥିଲା। ଏପରିକି ସେ ତାଙ୍କ ମୋବାଇଲ୍‍ରେ କଥା ହେଉଥିବାବେଳେ ତାକୁ ଭାଙ୍ଗିଦେଇଥିଲେ। ସ୍ତ୍ରୀର ଚରିତ୍ରକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ଦିନ ଗଣ୍ଡଗୋଳ ହେଉଥିଲା। ଘଟଣାଦିନ ମଧ୍ୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବିଭିନ୍ନ ସମୟରେ ଗଣ୍ଡଗୋଳ ଲାଗି ଅରୁଣା ଘରଛାଡ଼ି ପଳାଉଥିଲା। ଅରୁଣା ସହ ଜଣେ ଯୁବକଙ୍କର ପ୍ରେମ ସମ୍ପର୍କ ବର୍ଷେହେବ ଗଢ଼ିଉଠିଥିଲା।
ହତ୍ୟା କରିବାପରେ ପ୍ରେମିକ ଘରୁ ପଳାଇବାପରେ ଅରୁଣା ପାଟିକରି ଘର ମାଲିକଙ୍କୁ ଡାକିଥିଲା। ଅକ୍ଟୋବର ୨ତାରିଖରେ ପୁଲିସ ବ୍ୟବଚ୍ଛେଦ ରିପୋର୍ଟ ପାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ତା’ର ପାକସ୍ଥଳୀରୁ ମିଳିଥିବା ଖାଦ୍ୟରେ ନିଶା ଔଷଧ ମିଶାଯାଇଥିବା କଥା ଜଣାପଡ଼ିଥିଲା। ଇଏ ଏଭଳି ଏକ ଉତ୍କଟ ନିଶା ଦ୍ରବ୍ୟ ଥିଲା ଯାହାକୁ ଖାଇଲେ ଲୋକ ଅଚେତ ହୋଇପଡ଼ିବ। ତେଣୁ ଅଚେତ ଅବସ୍ଥାରେ ତାଙ୍କୁ ହତ୍ୟା କରାଯାଇଥିଲା।
ଅରୁଣା ପାତ୍ରଙ୍କ ନିଜ ଘର ପୂର୍ବ ମେଦିନାପୁରର ଘାଟାଲ୍‍ ଥାନା ଅନ୍ତର୍ଗତ ପରମାଣିକପାଟି ଅଞ୍ଚଳରେ। ସେ ୧୬ବର୍ଷ ତଳେ ଉକ୍ତ ଗ୍ରାମର ମଣ୍ଟୁ ପାତ୍ରଙ୍କୁ ପ୍ରେମକରି ଘରୁ ଚାଲିଆସି ବିବାହ କରିଥିଲେ। ପରେ ସେମାନେ ଢେଙ୍କାନାଳରେ ଭଡ଼ାରେ ରହି ଗାନ୍ଧିମନ୍ଦିର ରୋଡ଼ଠାରେ ସୁନା ଗହଣା ତିଆରି କରିବାର ଦୋକାନ କରିଥିଲେ। ଉଭୟଙ୍କର ଦୁଇଟି ପୁଅ ଥିଲେ। ଜଣେ ଅଷ୍ଟମ ଶ୍ରେଣୀରେ ପଢୁଥିବାବେଳେ ଆଉଜଣେ ୬ବର୍ଷର ପୁଅ ଥିଲେ। ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ରକୁ ପୁଲିସ ଜବତ କରିଛି କି ନାହିଁ ବୋଲି ପଚରାଯିବାରୁ ଏପର୍ଯ୍ୟନ୍ତ କୌଣସି ଅସ୍ତ୍ର ଜବତ ହୋଇନାହିଁ ବୋଲି କହିଥିଲେ। ତେବେ ପ୍ରେମିକ କିଏ ଏବଂ ତାର ନାଁ କ’ଣ ବୋଲି ପଚରାଯିବାରୁ ତଦନ୍ତ ପକ୍ରିୟାରେ ବାଧା ସୃଷ୍ଟି ହେବ ବୋଲି କହି ପୁଲିସ ନାମକୁ ପ୍ରକାଶ କରି ନ ଥିଲା। ତେବେ ଉଦ୍ୟମ ଜାରି ରହିଥିବାହେତୁ ସେ ମଧ୍ୟ ଧରାହେବ ବୋଲି ସୂଚନା ଦେଇଥିଲେ।
ହତ୍ୟା ଘଟଣା ସମ୍ପର୍କରେ ଘର ମାଲିକଙ୍କ ଅଭିଯୋଗ ପାଇ ଟାଉନଥାନାରେ ମାମଲା ରୁଜୁ କରାଯାଇ ଅରୁଣାକୁ ଗିରଫ କରାଯାଇଛି। ଏହି ଘଟଣାର ତଦନ୍ତକୁ ଆରକ୍ଷୀ ଅଧୀକ୍ଷକ ସନ୍ତୋଷ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଟାଉନଥାନା ଅଧିକାରୀ ଅଭିନବ ଡାଳୁଆ, ଏଏସ୍‍ଆଇ ଶକୁନ୍ତଳା ଦେହୁରୀ ତଦନ୍ତ ଚଳାଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ହରେକୃଷ୍ଣ ପ୍ରଧାନ, ଏସ୍‍ଡ଼ିପିଓ ସେକ୍‍ ଅବ୍‍ଦୁଲ୍‍ କରିମ୍‍, ଡିଏସ୍‍ପି ଇନ୍ଦ୍ରମଣି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories

Previous article
‘ସମାଜ’ର ୯୯ତମ ସ୍ବନକ୍ଷତ୍ର ଉତ୍ସବ ଅବସରରେ କଟକ ଶହୀଦ ଭବନରେ ଅନୁଷ୍ଠିତ ଉତ୍ସବରେ ମଞ୍ଚାସୀନ ଅତିଥିଗଣ ‘ସମାଜ’ର ଶତାବ୍ଦୀ ବର୍ଷର ଲୋଗୋକୁ ଉନ୍ମୋଚନ କରୁଛନ୍ତି: (ବାମରୁ) ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ଡ. ପ୍ରଭାସ ଆଚାର୍ଯ୍ୟ, ‘ସମାଜ’ର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି, ଲୋକସେବକ ମଣ୍ଡଳର ବରିଷ୍ଠ ସଦସ୍ୟ ରାଜକୁମାର, ଲୋକସେବକ ମଣ୍ଡଳର ଉପସଭାପତି କୀର୍ତ୍ତିଭାଇ ପାଣ୍ଡ୍ୟା, ଲୋକସେବକ ମଣ୍ଡଳର ସଭାପତି ଦୀପକ ମାଲବ୍ୟ, କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକସେବକ ମଣ୍ଡଳର ଟ୍ରଷ୍ଟି ଜଷ୍ଟିସ୍‌ ଅରିଜିତ୍‌ ପଶାୟତ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥ, ବରିଷ୍ଠ ଟେଲିଭିଜନ୍‌ ସମ୍ପାଦକ ଅଜିତ ଅଞ୍ଜୁମ୍‌, ବରିଷ୍ଠ ପ୍ରଶାସକ ଅଜୟ ପାଣ୍ଡେ, ‘ସମାଜ’ ସମ୍ପାଦକ ବାମାପଦ ତ୍ରିପାଠୀ, ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ରାଜେନ୍ଦ୍ର ଜେନା
Next article