www.samajalive.in
Friday, December 12, 2025
14.1 C
Bhubaneswar

କୃଷକଙ୍କ ସମସ୍ୟାକୁ ନେଇ ବିଜେପି କିଷାନ ମୋର୍ଚ୍ଚାର ଦାବିପତ୍ର

ଆଠଗଡ଼଼: ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ବିବିଧ ଯୋଜନାମାନ କରୁଥିଲେ ମଧ୍ୟ ଏହାର ସୁଫଳ ବାସ୍ତବରେ ଚାଷୀମାନେ ପାଉନାହାଁନ୍ତି କିମ୍ବା ସେମାନଙ୍କର ସମସ୍ୟାର ସମାଧାନ ହେଉନାହିଁ। ତେଣୁ ଚାଷୀମାନଙ୍କର ଯେଉଁଭଳି ଆର୍ôଥକ ପ୍ରଗତି ହେବାକଥା ତାହା ହେଉନାହିଁ ବୋଲି ଭାରତୀୟ ଜନତା ପାର୍ଟି କିଷାନ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି। ଏହିପରି ଅନେକ ଅଭିଯୋଗ ଓ ଦାବି ସମ୍ବଳିତ ଏକ ସ୍ମାରକପତ୍ର ବିଜେପି କିଷାନ ମୋର୍ଚ୍ଚା କଟକ ଜିଲ୍ଲା ସଭାପତି ଶଙ୍କର୍ଷଣ ମହାନ୍ତିଙ୍କ ନେତୃତ୍ୱରେ ମୋର୍ଚ୍ଚାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ରାଜ୍ୟ କୃଷିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଠଗଡ଼଼ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।

ରାଜ୍ୟ ସରକାର କୃଷିର ଯାନ୍ତ୍ରିକକରଣ କରିବା ନିମନ୍ତେ ୨୦୧୧-୧୨ଆର୍ôଥକ ବର୍ଷରେ ସବସିଡି ପାଇଁ ୮୦କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ। କ୍ରମଶଃ ଏହା ବୃଦ୍ଧି ପାଇ ୨୦୨୦-୨୧ରେ ୨୨୪କୋଟି ଏବଂ ଯନ୍ତ୍ରପାତି ଓ ଡିଜେଲ ପମ୍ପର ଅଧିକ ବ୍ୟବହାର ପାଇଁ ୨୦୨୧-୨୨ରେ ୪୫୪କୋଟି ଟଙ୍କାର ସବସିଡି ପାଇଁ ବ୍ୟୟବରାଦ କରାଯାଇଥିଲା। ତେବେ ଏହି ୧୨ବର୍ଷ ମଧ୍ୟରେ ହଜାର ହଜାର କୋଟି ଟଙ୍କା ସରକାର ସବସିଡି ବାବଦରେ ବ୍ୟୟ କରିଥିବାବେଳେ ଏହାର ସିଂହଭାଗ କେବଳ ବ୍ୟବସାୟିକ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଟ୍ରାକ୍ଟର, ପାୱାରଟିଲର ଓ ହାର୍ଭେଷ୍ଟର କିଣାରେ ବିନିଯୋଗ ହୋଇଛି। ଫଳତଃ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହାର କୌଣସି ସୁଫଳ ପାଉନଥିବା ବିଜେପି କିଷାନ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି। ସେହିପରି କୃଷିର ବିକାଶ ଓ କୃଷକର ଆୟବୃଦ୍ଧି ନିମନ୍ତେ କାଳିଆ ଯୋଜନା ପ୍ରଣୟନ କରାଯାଇ ସରକାର ବ୍ୟପକ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଏଥିରୁ ବହୁ ସଂଖ୍ୟାରେ ପ୍ରକୃତ ଚାଷୀ ବଞ୍ଚିତ ହେଉଥିବାବେଳେ ଦଳୀୟ ଭିତ୍ତିରେ ଅଣଚାଷୀ ଉପକୃତ ହେଉଛନ୍ତି।

- Advertisement -

ସେହିପରି ବିହନ, ସାର ଓ କୃଷି ଯନ୍ତ୍ରପାତି କିଣାବାବଦରେ ୫୦% ସବସିଡି ଅର୍ଥ ଡିବିଟି ଜରିଆରେ ଚାଷୀଙ୍କ ଖାତାକୁ ଦିଆଯାଉଥିବାବେଳେ ଏହାର ୮୦ ପ୍ରତିଶତ ଜାଲିଆତି ମାଧ୍ୟମରେ ବାଟମାରଣା ହେଉଛି। ଅଣଚାଷୀ ଓ ବାହାର ରାଜ୍ୟର ଚାଷୀଙ୍କ ନାମ ଜାଲିଆତି କରି ପଞ୍ଜିକରଣ କରାଯାଇ ସେମାନଙ୍କ ନାମରେ ଦଲାଲମାନେ ସବସିଡି ଅର୍ଥ ବାଟମାରଣା କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ବିଜେପି କିଷାନ ମୋର୍ଚ୍ଚା ପକ୍ଷରୁ ରାଜ୍ୟର ପ୍ରକୃତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବାର୍ଷିକ ୧୦ହଜାର ଟଙ୍କା ମୂଲ୍ୟର ସାର, ବିହନ ଓ କୃଷି ଯନ୍ତ୍ରପାତି ଦେବା ପାଇଁ ଦାବି କରାଯାଉଛି। କୃଷକମାନଙ୍କ ପାଇଁ କରାଯାଇଥିବା ଯୋଜନା ଯେପରି ପ୍ରକୃତ କୃଷକ ପାଇପାରିବେ ସେ ଦିଗରେ ରାଜ୍ୟସରକାର ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ କିଷାନମୋର୍ଚ୍ଚା ଦାବି କରିଛି।

ଏହି ଦାବିଗୁଡିକ ଆସନ୍ତା ୧୦ଦିନ ମଧ୍ୟରେ ପୂରଣ କରିିବାକୁ ପଦକ୍ଷେପ ନନେଲେ ବିଜେପି କିଷାନମୋର୍ଚ୍ଚା ପକ୍ଷରୁ ରାଜରାସ୍ତାରେ ଆନ୍ଦୋଳନ କରାଯିବା ସହ କୃଷି ଭବନ ଓ କୃଷିମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାଇ ଦିଆଯାଇଛି। ଜିଲ୍ଲା ସଭାପତି ଶ୍ରୀ ମହାନ୍ତିଙ୍କ ସହିତ ରାଜ୍ୟ ସଂଯୋଜକ ଅଶ୍ୱିନୀ କୁମାର ସାହୁ, କୋଷାଧ୍ୟକ୍ଷ ବିଚିତ୍ରାନନ୍ଦ ଜେନା ସାଧାରଣ ସଂପାଦକ ନିର୍ମଳ କୁମାର ଦାସ, କାର୍ଯ୍ୟକାରିଣୀ ସଦସ୍ୟ ସ୍ମୃତିରଞ୍ଜନ ଦାସ, ନୂତନ କୁମାର ରାଉତ, ଅଶୋକ ନାୟକ, ଜଗଦାନନ୍ଦ ତ୍ରିପାଠୀ, ପ୍ରକାଶ କୁମାର ସେଠୀ ଓ ପିତବାସ ନାୟକ ପ୍ରମୁଖ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଉପଜିଲ୍ଲାପାଳ ଦିପ୍ତିମୟୀ ବେହେରାଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories