www.samajalive.in
Monday, December 15, 2025
16.1 C
Bhubaneswar

ବାସ୍ତୁ ଓ ତୁଳସୀ

ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷଙ୍କୁ ଖୁବ ପବିତ୍ର କୁହାଯିବା ସହ ଏହା ଏକ ପୂଜନୀୟ ବୃକ୍ଷ। ପ୍ରତ୍ୟେକଙ୍କ ଘର ଅଗଣାରେ ତୁଳସୀଙ୍କୁ ପୂଜା କରାଯାଇଥାଏ। ଏହା ଦ୍ୱାରା ଘରେ ସର୍ବଦା ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଧନର ଅଭାବ ହୋଇନଥାଏ। ମା’ଲକ୍ଷ୍ମୀଙ୍କ କୃପା ରହିଥାଏ। ଭଗବାନ ବିଷ୍ଣୁଙ୍କ କୃପା ମଧ୍ୟ ମିଳିଥାଏ। ବାସ୍ତୁ ଶାସ୍ତ୍ରରେ ଏହାକୁ ନେଇ କିଛି ବିଶେଷ ମହତ୍ତ୍ୱ ଓ ଉପାୟ ବର୍ଣ୍ଣନା କରାଯାଇଛି। ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି।
ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଦିନ ତୁଳସୀଙ୍କୁ ପୂଜାର୍ଚ୍ଚନା କରିବା ସହ ଜଳ ଅର୍ପଣ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ତେବେ ଏହା ସହ ଜଡ଼ିତ କିଛି କଥା ଜାଣି ରଖନ୍ତୁ…..
କୁହାଯାଏ ରବିବାର ଦିନ ତୁଳସୀଙ୍କୁ ଜଳ ଅର୍ପଣ କରାଯାଏ ନାହିଁ। ଏହାସହ ଏହି ଦିନ ପତ୍ର ମଧ୍ୟ ତୋଳନ୍ତୁ ନାହିଁ।
ତୁଳସୀ ବୃକ୍ଷଙ୍କ ନିକଟରେ ଅଧିକ ରୁ ଅଧିକ ଜଳ ଅର୍ପଣ କରନ୍ତୁ ନାହିଁ। ଆବଶ୍ୟକ ପରିମାଣରେ ହିଁ ଜଳ ଅର୍ପଣ କରନ୍ତୁ।
ଏକାଦଶୀ ,ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଦିନ ମଧ୍ୟ ତୁଳସୀଙ୍କ ନିକଟରେ ଜଳ ଅର୍ପଣ କରନ୍ତୁ ନାହିଁ କିମ୍ବା ପତ୍ର ମଧ୍ୟ ତୋଳନ୍ତୁ ନାହିଁ।
ତୁଳସୀ ବୃକ୍ଷଙ୍କୁ ଉତ୍ତର କିମ୍ବା ଉତ୍ତର ପୂର୍ବ ଦିଗରେ ଲଗାନ୍ତୁ।
ଘରର ଅଗଣାରେ ତୁଳସୀ ବୃକ୍ଷ ଲଗାଇଲେ ପାରିବାରିକ କଳହ ଦୂର ହୋଇଥାଏ। କର୍ମକ୍ଷେତ୍ରରେ ଉନ୍ନତି ପାଇଁ ଗୁରୁବାର ତୁଳସୀ ବୃକ୍ଷରେ ହଳଦୀ କପଡା ବାନ୍ଧି କର୍ମକ୍ଷେତ୍ର କିମ୍ବା ଦୋକାନରେ ରଖନ୍ତୁ। ଏହାଦ୍ୱାରା ଖୁବ ଉନ୍ନତି ହୋଇଥାଏ।
ସକାଳୁ ସକାଳୁ ତୁଳସୀଙ୍କୁ ଦର୍ଶନ କରିବା ଶହେ ଗ୍ରାମ ସୁନା ଦାନ କରିବା ସହ ସମାନ ବୋଲି କୁହାଯାଇଛି। ଘର ଅଗଣାରେ ତୁଳସୀ ରହିଲେ କଲ୍ୟାଣକାରୀ, ଧନ ବୃଦ୍ଧି, ପୁତ୍ର ସୁଖ, ପୁଣ୍ୟଦାୟିନୀ ହୋଇଥାଏ ବୋଲି କୁହାଯାଏ।
ତୁଳସୀ ପତ୍ରକୁ ନିୟମିତ ଖାଲି ପେଟରେ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଏହା ବହୁ ରୋଗରୁ ମଧ୍ୟ ରକ୍ଷା କରିଥାଏ। ରକ୍ତ ସଫା ରହିବା ସହ କେଶ ଝଡ଼ିବା ବନ୍ଦ ହୋଇଥାଏ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories