www.samajalive.in
Saturday, December 6, 2025
19.1 C
Bhubaneswar

କରନ୍ତୁ ନାହିଁ ଏହି ଭୁଲ୍‍

ଅଧିକାଂଶ ସମୟରେ ଲୋକେ ଯେକୌଣସି ଖାଦ୍ୟ ଖାଇବା ପୂର୍ବରୁ କିଛି ଚିନ୍ତା କରନ୍ତି ନାହିଁ। କିଛି ଖାଦ୍ୟ ଖାଇବା ପରେ କିମ୍ବା ପୂର୍ବରୁ ଏଭଳି କିଛି କଥା ରହିଛି, ଯାହା ସଭିଏଁ ଜାଣିବା ଆବଶ୍ୟକ। କାରଣ ଏହାର କୁପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡିଥାଏ। ସେହିପରି ଏପରି କିଛି ଖାଦ୍ୟ ରହିଛି, ଯାହାକୁ କ୍ଷୀର ପିଇବା ପରେ ସେବନ କରିବା ଉଚିତ ନୁହେଁ। କ୍ଷୀର ପିଇବା ପରେ ସେହି ଖାଦ୍ୟର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ନାନାଦି ସମସ୍ୟା ସୃଷ୍ଟି ହୋଇଥାଏ।
କ୍ଷୀର ପିଇବା ପରେ ତୁରନ୍ତ ଲେମ୍ବୁ ଖାଆନ୍ତୁ ନାହିଁ। ଏହା ଦ୍ୱାରା ପାଚନ ଉପରେ କୁପ୍ରଭାବ ପଡିଥାଏ। ଗ୍ୟାଷ୍ଟ୍ରିକ ସହ ଅନ୍ୟାନ୍ୟ ପେଟ ଜନିତ ସମସ୍ୟା ହୋଇଥାଏ।
କ୍ଷୀର ପିଇବା ପରେ ମୂଳା ଖାଆନ୍ତୁ ନାହିଁ। ଏହାଦ୍ୱାରା ତ୍ୱଚା ଓ ପେଟ ଜନିତ ଅନେକ ସମସ୍ୟା ହୋଇଥାଏ। ଚର୍ମ ଜନିତ ରୋଗ ମଧ୍ୟ ହୋଇଥାଏ। ତେଣୁ କ୍ଷୀର ପିଇବା ପରେ ମୂଳା ଖାଆନ୍ତୁ ନାହିଁ।
କ୍ଷୀର ପିଇବା ପରେ କିମ୍ବା ପୂର୍ବରୁ ମାଛ ଖାଆନ୍ତୁ ନାହିଁ। ଏପରି କରିବା ଦ୍ୱାରା ତ୍ୱଚା ଓ ଚର୍ମରେ ବିଭିନ୍ନ ପ୍ରକାର ଦାଗ ହେବା ସହ ଖାଦ୍ୟ ସଠିକ ଭାବେ ହଜମ ହୋଇନଥାଏ।
କ୍ଷୀର ପିଇବାର ତୁରନ୍ତ ପରେ କୌଣସି ଖଟା ଜାତୀୟ ଫଳ ଖାଆନ୍ତୁ ନାହିଁ। ଏପରି କରିବା ଦ୍ୱାରା କ୍ୟାଲସିୟମ ଫଳରେ ଥିବା ଏନଜାଇମ୍‍କୁ ଶୋଷି ନେଇଥାଏ। ଏହାଦ୍ୱାରା ଶରୀରକୁ ସଠିକ ପୋଷକ ତତ୍ତ୍ୱ ମିଳିପାରେ ନାହିଁ। କ୍ଷୀର ପିଇବା ପରେ କମଳା, ସପୁରୀ ଭଳି ଫଳ ଆଦୌ ଖାଆନ୍ତୁ ନାହିଁ।
କ୍ଷୀର ପିଇବା ପରେ ପଣସ ଆଦୌ ଖାଆନ୍ତୁ ନାହିଁ। ପଣସ ଖାଇବା ଦ୍ୱାରା ତ୍ୱଚା,ଚର୍ମ କୁଣ୍ଡାଇବା ଭଳି ହେବା ସହ ଲାଲ ଦାଗ ସୃଷ୍ଟି ହୋଇଥାଏ।

 

- Advertisement -

 

 

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories