www.samajalive.in
Saturday, December 6, 2025
16.1 C
Bhubaneswar

ଗୋପବନ୍ଧୁ ଜୟନ୍ତୀ ପୂର୍ବରୁ ରାସ୍ତାରେ ଆବର୍ଜନା ପକାଇ ଖାଲଖମା ପୋତାଯିବ

ସୁଆଣ୍ଡୋ: ଅକ୍ଟୋବର ୯ ତାରିଖରେ ଉତ୍କଳମଣି ଗୋପବନ୍ଧୁଙ୍କର ଜୟନ୍ତୀ ସୁଆଣ୍ଡୋରେ ପାଳନ କରାଯିବ। ଏହି ଗାଁକୁ ଆସିବାକୁ ହେଲେ ଚନ୍ଦନପୁର ବ୍ରାଞ୍ଚ କେନାଲବନ୍ଧ ହିଁ ଏକମାତ୍ର ରାସ୍ତା । ୨୦୦୦ ମସିହାରେ ଉକ୍ତ ରାସ୍ତାଟି ପିଚୁ କରାଯାଇଥିଲା । ପାଞ୍ଚ ବର୍ଷ ତଳେ ଏହି ରାସ୍ତାଟି ନାମମାତ୍ର ମରାମତି ହୋଇଥିଲା। ଏବେ ଉକ୍ତ ରାସ୍ତାଟି ଖାଲଖମା ହୋଇ ମରଣଯନ୍ତା ପାଲଟିଛି । ଏ ସମ୍ପର୍କରେ ନିମାପଡ଼ା ଜଳସଂପଦ ବିଭାଗ ନିର୍ବାହୀଯନ୍ତ୍ରୀ ଅବଗତ ଥାଇ ମଧ୍ୟ ଉଦାସୀନ ରହୁଥିବା ଅଭିଯୋଗ ହେଉଛି। ଗୋପବନ୍ଧୁ ଜୟନ୍ତୀରେ ହଜାର ହଜାର ସଂଖ୍ୟାରେ ଗୋପବନ୍ଧୁ ପ୍ରେମୀ ନେତା ମନ୍ତ୍ରୀ, ଯନ୍ତ୍ରୀ ସମସ୍ତେ ଏହି ଗ୍ରାମକୁ ଆସି ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ବିଭାଗୀୟ ଅଧିକାରୀ ନିଜର ବିଫଳତାକୁ ଲୁଚେଇବା ପାଇଁ ଉକ୍ତ ରାସ୍ତାର ଖାଲଖମାରେ ଡଷ୍ଟ ପକାଇ ପୋତିବାକୁ ଠିକାଦାର ଖୋଜୁଥିବା ଜଣାପଡିଛି। ଏ ସମ୍ପର୍କରେ ବଳଙ୍ଗା ଏସଡିଓଙ୍କୁ ପଚାରିବାରୁ ସେହି ଗତାନୁଗତିକ ଢଙ୍ଗରେ କହନ୍ତି – ଆମେ ଟେଣ୍ଡର କରିବା ପାଇଁ ଫାଇଲ ପଠେଇଛୁ । ଟେଣ୍ଡର ହେଲେ କାମ ହେବ । ଏଇ ଗୋଟିଏ କଥା ବର୍ଷେ ହେଲା ବିଭାଗୀୟ ଅଧିକାରୀ କହି ଆସିଛନ୍ତି । ଟେଣ୍ଡର ହେଉନି କି ସୁଆଣ୍ଡୋକୁ ସରକାର ଭଲ ରାସ୍ତାଟିଏ କରୁ ନାହାଁନ୍ତି। ସ୍ଥାନୀୟ ଲୋକଙ୍କ ସହିତ ଗୋପବନ୍ଧୁ ଦାସଙ୍କ ଷଠିଘର ପରିଦର୍ଶନରେ ଆସୁଥିବା ପର୍ୟ୍ୟଟକମାନେ ମଧ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ଓ ସୁଆଣ୍ଡୋକୁ ଭଲ ରାସ୍ତାଟିଏ ନଥିବାରୁ ନାପସନ୍ଦ କରୁଛନ୍ତି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories