ଭୁବନେଶ୍ବର: ଭୁବନେଶ୍ବର ସାମନ୍ତରାପୁରରେ କାର ଭିତରୁ ମୃତଦେହ ମିଳିବା ଘଟଣାରେ ମୃତକ ତନୁଜା ଆଇଚଙ୍କ ସ୍ବାମୀ ସଂଗ୍ରାମ ଆଇଚଙ୍କୁ କଲକାତାରୁ ଗିରଫ କରାଯାଇଛି। ତାଙ୍କର ୫ବର୍ଷର ପୁଅକୁ ମଧ୍ୟ ଉଦ୍ଧାର କରାଯାଇଛି। ଗିରଫ ପରେ ସଂଗ୍ରାମଙ୍କୁ ଭୁବନେଶ୍ବର ଅଣାଯାଇ ରିମାଣ୍ଡରେ ନେଇ ପୁଲିସ ପଚରାଉଚରା ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ, ସୋମବାର ସକାଳେ ଲିଙ୍ଗରାଜ ଥାନା ଅନ୍ତର୍ଗତ ଲୁଇସ ରୋଡର ଶ୍ରୀରାମନଗର ହନୁମାନ ମନ୍ଦିର ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୃତଦେହ ମିଳିବା ପରେ ଭୁବନେଶ୍ବର କମିଶନରେଟ ପୁଲିସ ହତ୍ୟାକୁ ଦୁର୍ଘଟଣାର ରୂପ ଦିଆଯାଇଛି ବୋଲି ଜାଣିବା ପରେ ତଦନ୍ତ ଆରମ୍ଭ କରିଥିଲା। ପରେ ତନୁଜାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ପୁଲିସ ସନ୍ଦେହ କରିଥିଲା। ତନୁଜାଙ୍କୁ ହତ୍ୟ କରିବା ପରେ ସଂଗ୍ରାମ ନିଜର ୫ବର୍ଷର ପୁଅକୁ ନେଇ ଫେରାର ହୋଇଯାଇଥିଲେ। ଯୌତୁକ କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ତନୁଜାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।
କାରରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା: ସ୍ବାମୀ ଗିରଫ
Popular Categories



