www.samajalive.in
Saturday, December 13, 2025
23.1 C
Bhubaneswar

ଜେ.ଏନ୍‍. କଲେଜରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

କୁଆଁପାଳ: କୁଆଁପାଳ ସ୍ଥିତ ଜେ.ଏନ୍‍. କଲେଜରେ ଅର୍ଥନୀତି ବିଭାଗର ପ୍ରାଧ୍ୟାପକ ଅଜୟ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନ ଓ ମୁଖ୍ୟ କିରାଣୀ ଧରଣୀଧର ଦାସ ଉଦ୍ଦେଶ୍ୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ପରିଚାଳନା ସମିତିର ସଭାପତି ଡଃ ପ୍ରତାପ କୁମାର ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପ୍ରଧାନ ଓ ଶ୍ରୀ ଦାସଙ୍କ ଗୁଣାବଳୀ ସମ୍ପର୍କରେ କହିଥିଲେ।

ଉତ୍ସବରେ ପୂର୍ବତନ ପରିଚାଳନା ସମିତିର ସଦସ୍ୟ ନିରଞ୍ଜନ ସ୍ୱାଇଁ ଓ ଗୌରାଙ୍ଗ ଚରଣ ବେହୁରା ଯୋଗ ଦେଇ ଶିକ୍ଷାୟତନର ବିକାଶ ପାଇଁ ଉଭୟଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସଭାରେ ରସାୟନ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡଃ ଜ୍ଞାନ ରଞ୍ଜନ ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଅଶୋକ କୁମାର ସାହୁ ଓ ଆଶିଷ କୁମାର ବରାଳ ମାନପତ୍ର ପାଠ କରିଥିଲେ।

- Advertisement -

ବିଦାୟୀ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ପ୍ରଶାସନିକ କ୍ଷେତ୍ରରେ ବ୍ୟକ୍ତି ସ୍ୱାର୍ଥ ଠାରୁ ଆନୁଷ୍ଠାନିକ ସ୍ୱାର୍ଥ ମହତ୍ତର ବୋଲି କହିଥିଲେ। ଉତ୍ସବରେ ଅଧ୍ୟାପକ ଶଶୀଭୁଷଣ ସ୍ୱାଇଁ, ରବି ନାରାୟଣ ବାରିକ, କୁମୁଦ ରଞ୍ଜନ ସିଂହ, ମିନତୀ ଷଡ଼ଙ୍ଗୀ, ବସନ୍ତ କୁମାର ସେଠୀ, ପ୍ରଶାନ୍ତ କୁମାର ସାହୁ, ବାଇଧର ଦାସ, ବିଜୟ କୁମାର ସାହୁ, ଜିତେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଅଧ୍ୟାପକ ଡଃ ବିଭୁ ପ୍ରସାଦ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories