www.samajalive.in
Wednesday, December 10, 2025
18.1 C
Bhubaneswar

ବାଲି ଉତ୍ତୋଳନକୁ ବିରୋଧ କରି ତହସିଲ କାର୍ଯ୍ୟାଳୟ ଘେରାଉ

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ଘଷିପୁରା ତହସିଲ ଅନ୍ତର୍ଗତ ସରେଇ ଗ୍ରାମ ନିକଟରେ ଥିବା କୁଶେଇ ନଦୀକୁ ତହସିଲ ପକ୍ଷରୁ ନିଲାମ ଦିଆଯାଇଛି। ତେବେ ନିଲାମୀ ସମୟରେ ତହସିଲ ପକ୍ଷରୁ ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରାଯାଇ ନଥିବାରୁ ଏଠାରେ ବାଲି ଘାଟ ଚାଲିଲେ ଗ୍ରାମବାସୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଅଭିଯୋଗ କରି ବାଲି ଘାଟକୁ ବନ୍ଦ କରିବା ଦାବିରେ ତହସିଲ କାର୍ଯ୍ୟାଳୟକୁ ସରେଇ ଗ୍ରାମର ଶତାଧିକ ଗ୍ରାମବାସୀ ଘେରାଉ କରିଛନ୍ତି। ପୂର୍ବରୁ ସମାନ ପରିସ୍ଥିତିରେ କିଛି ଦିନ ଏହି ଘାଟରୁ ବାଲି ଉତ୍ତୋଳନ ହୋଇ ଜନ ଜୀବନ ବିପଦରେ ପଡିଥିବା ବେଳେ ରାସ୍ତାଘାଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ତେଣୁ ଚଳିତ ଥର କରାଯାଇଥିବା ଲିଜକୁ ବନ୍ଦ କରିବା ସହିତ ସମ୍ପୃକ୍ତ ସ୍ଥାନରୁ ବାଲି ଉଠାଣକୁ ବନ୍ଦ କରିବାକୁ ଦାବି ହେଉଛି। ଏନେଇ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ପୂର୍ବରୁ ଦାବି ହେଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ତେଣୁ ଆଜି ଯଦି କେହି ନଶୁଣନ୍ତି ତେବେ ଆଗାମୀ ୭ଦିନ ମଧ୍ୟରେ ତହସିଲ କାର୍ୟ୍ୟାଳୟରେ ଧାରଣାରେ ବସିବା ନେଇ କହିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ଦାବିକୁ ଗୁରୁତ୍ଵ ଦେଇ ରାଜସ୍ବ ବିଭାଗ, ଜଳସମ୍ପଦ ବିଭାଗ, ଲିଜଧାରୀ ଏବଂ ଗ୍ରାମବାସୀଙ୍କ ଦ୍ବାରା ଏକ ତଦନ୍ତ କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ଏବଂ ସେ ପର୍ଯ୍ୟନ୍ତ ବାଲି ଉଠାଣ ବନ୍ଦ ରହିବ ବୋଲି ଘସିପୁରା ତହସିଲଦାର ବାବୁଲ ପେରେଇ କହିଛନ୍ତି ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories