www.samajalive.in
Monday, December 8, 2025
27.1 C
Bhubaneswar

ଗଞ୍ଜାମ ଏନଏସିରେ ପ୍ରଥମ ସାଧାରଣ ଅଧିବେଶନ ଅନୁଷ୍ଠିତ

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ସାଧାରଣ ଅଧିବେଶନ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନ ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ମୁଖ୍ୟତଃ ବିଜ୍ଞାପିତ ଅଂଚଳ ପରିଷଦରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ଆସନ୍ତା ଦୁଇ ମାସ ମଧ୍ୟରେ ଶେଷ କରିବାକୁ ନିଷ୍ପତି ହୋଇଥିଲା। ତାହା ନହେଲେ ଉକ୍ତ ଠିକାଦାରଙ୍କୁ ବ୍ଲାକ ତାଲିକା ଭୁକ୍ତ କରାଯିବ ବୋଲି କୁହାଯାଇଥିଲା। ସେହିପରି ସହରରେ ଚାଲିଥିବା ପରିମଳ କାର୍ଯ୍ୟ ଠିକ ଭାବେ ହେଉନଥିବା ନେଇ ବରିଷ୍ଠ କାଉନସିଲର ପୁରୁଷୋତ୍ତମ ସାହୁ ଅଭିଯୋଗ ଆଣିଥିଲେ। ଏନଏସି କାର୍ଯ୍ୟନିର୍ବାହୀ ଦାୟିତ୍ୱରେ ରହିଥିବା ତହସିଲଦାର ଅରୁଣ କୁମାର ନାୟକ ସଂଯୋଜନା କରିବା ସହ ସହରର ବିଭିନ୍ନ ଉନ୍ନତିକରଣ ସାଙ୍ଗକୁ ସୌନ୍ଦର୍ଯ୍ୟକରଣ କରାଯାଇ ଜିଲ୍ଲାର ଏକ ନମ୍ବର ଏନଏସି ଭାବେ ଗଢି ତୋଳିବାକୁ ସମସ୍ତ ଜନ ପ୍ରତିନିଧିମାନଙ୍କ ସହଯୋଗର ଆବଶ୍ୟକ ବୋଲି କହିଥିଲେ। ପ୍ରାରମ୍ଭରେ ସମସ୍ତ ଜନ ପ୍ରତିନିଧିମାନଙ୍କୁ ସ୍ୱାଗତ କରାଯାଇଥିଲା।

ସେହିପରି ଅନ୍ୟାନ୍ୟ ଉନ୍ନୟନ ଯୋଜନା ଯଥା ବସ୍ତି ରୂପାନ୍ତରିକରଣ ଯୋଜନା, ବିଭିନ୍ନ ୱାର୍ଡରେ ଲାଗିରହିଛି ପାନୀୟ ଜଳ ସମସ୍ୟା ତାହାକୁ କିଭଳି ଦୂର କରାଯାଇପାରିବ ସେନେଇ ଆଲୋଚନା ହୋଇଛି। ଆଗକୁ ବର୍ଷାଦିନ ଆସୁଥିବାରୁ ବିଭିନ୍ନ ୱାର୍ଡର ଡ୍ରେନ ଅବ୍ୟବସ୍ଥା ସଜାଡ଼ିବା, ଯୋଗ୍ୟ ହିତାଧିକାରୀମାନଙ୍କୁ ରାସନକାର୍ଡ ଯୋଗାଇଦେବା, ବସ୍ତି ବାସିନ୍ଦାଙ୍କୁ ପକ୍କା ଗୃହ ଯୋଗାଇଦେବା, ବିଭିନ୍ନ ୱାର୍ଡରେ ବୃକ୍ଷରୋପଣ ବ୍ୟବସ୍ଥା, ଏନଏସି କାର୍ଯ୍ୟାଳୟର ଉନ୍ନତିକରଣ, ପୋଖରୀମାନଙ୍କ ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ, ବରପଲ୍ଲୀ ମୁଖ୍ୟରାସ୍ତାର ଆଲୋକୀକରଣ, ସହରରେ ସେଲ୍ଫି ପଏଣ୍ଟ ଏବଂ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଛି। ଗ୍ରାସୀମ କମ୍ପାନୀ ଟେକ୍ସ ବର୍ଦ୍ଧିତ କରାଯାଇ ସ୍ଥାନୀୟ ଅଞ୍ଚଳରେ ଉନ୍ନତିକରଣ ନେଇ କାମ୍ପାନୀ କର୍ତ୍ତୃପକ୍ଷ ଅବଗତ ନିମନ୍ତେ ଆଲୋଚନା ହୋଇଛି।

- Advertisement -

ଏହି ବୈଠକରେ ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକି, ବିଧାୟକଙ୍କ ପ୍ରତିନିଧି ସୁଧୀର ପାଢ଼ୀ, କାଉନସିଲର ପୁରୁଷୋତ୍ତମ ସାହୁ, ଅରୁଣ ପଣ୍ଡା, ମହାଲକ୍ଷ୍ମୀ ନାୟକ, ସ୍ୱାଗତ ଆଶିଷ ନାୟକ, ସୁଜାତା କୁମାରୀ ମହାନ୍ତି, ପି.ଚନ୍ଦ୍ର ଶେଖର, ପି.ମୋହନ ରେଡି, ରିତାଦେବୀ ମହାରଣା, ସବିତା ବେହେରା, ସଂଯୁକ୍ତା ଦାସ, ରାଇବାରୀ ଯାନୀ ପ୍ରମୁଖ ବିଭିନ୍ନ ୱାର୍ଡର କାଉନସିଲର ନିଜ ନିଜ ୱାର୍ଡ ଓ ସହରର ସାମୂହିକ ଉନ୍ନତି ପାଇଁ ନିଜ ନିଜ ମତ ରଖିଥିଲେ । ଏମ୍ଇ  ବଂଶୀଧର ପରିଡା, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଦିଲେଶ୍ବର ଆଚାରୀ, ଜନ ସ୍ଵାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ଆଶିଷ କୁମାର ବରାଳ, ଏନଏସି କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା, ଜୁନିୟର ଆସିଷ୍ଟାଣ୍ଟ ମିଳନ ମୋହନ ମୁର୍ମୁ, ଦିଲିଙ୍ଗ ଆସିଷ୍ଟାଣ୍ଟ ଲକ୍ଷ୍ମୀ ଚରଣ ପାଢ଼ୀ, ସାନିଟେସନ ଏକ୍ସପୋର୍ଟ ସୁମିତ କୁମାର ବେହେରା, ସିଏମ୍ଏମ୍ ଭାଗ୍ୟଶ୍ରୀ ନାୟକ, ଏମଲିମେଣ୍ଟେସନ ଏକ୍ସପୋର୍ଟ(ମୁକ୍ତା) ବିଷ୍ଣୁପ୍ରିୟା ସାବତ, ସି ଓ ସ୍ୱପ୍ନାରାଣୀ ମହାପାତ୍ର, କର୍ମଚାରୀ ବିପିନ ବାରିକି ପ୍ରମୁଖ ଉପସ୍ଥିତ ରହିଥିଲେ ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories