www.samajalive.in
Sunday, December 14, 2025
17.1 C
Bhubaneswar

ଦେଶ ପାଇଁ ଗୌରବ ଆଣିଲେ ଓଡ଼ିଆ ଝିଅ; ପ୍ରଥମ ଭାରତୀୟ ଭାବେ ହେଲେ ବ୍ଲାକସ୍ବାନର ସଦସ୍ୟ

ଭୁବନେଶ୍ବର: ଓଡ଼ିଆ ଝିଅ ଶ୍ରେୟା ଲେଙ୍କା ରାଜ୍ୟ ସହ ଦେଶ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଆଣି ଦେଇଛନ୍ତି ଗୌରବ। ରାଉରକେଲାରେ ଜନ୍ମିତ ଏହି ୧୮ ବର୍ଷୀୟ ଯୁବତୀ ଦକ୍ଷିଣ କୋରିଆର ଲୋକପ୍ରିୟ ପପ୍ ବ୍ୟାଣ୍ଡ ବ୍ଲାକସ୍ବାନର ପଞ୍ଚମ ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି। ପ୍ରଥମ ଭାରତୀୟ ଭାବେ ସେ ଏହି କୃତିତ୍ବ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଶ୍ରେୟା ସାରା ବିଶ୍ବର ଚାରି ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ଦେଇଛନ୍ତି। ଶ୍ରେୟା ବ୍ରାଜିଲର ଗାବ୍ରିଏଲା ଡାଲସିନଙ୍କ ସହିତ ପ୍ରତିଯୋଗିତା କରୁଥିଲେ। ଜଣେ ତାଲିମପ୍ରାପ୍ତ ନୃତ୍ୟଶିଳ୍ପୀ, ଗାୟକ ଏବଂ ଯୋଗ ଅଭ୍ୟାସକାରୀ ଶ୍ରେୟାଙ୍କୁ ଦକ୍ଷିଣ କୋରିଆର କୋରିଆ ମ୍ୟୁଜିକ୍ ଲେବଲ୍ ଡିଆର୍ ମ୍ୟୁଜିକ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ତାଲିମ ଦିଆଯାଉଥିଲା। ଶ୍ରେୟା ଝିଅ ଗୋଷ୍ଠୀର ସଦସ୍ୟ ୟଙ୍ଗହେନ୍, ଫାଟୁ, ଜୁଡି, ଲିଆ ଓ ଷଷ୍ଠ ସଦସ୍ୟ ହୋଇଥିବା ବ୍ରାଜିଲର ଗାବ୍ରିଏଲା ଡାଲସିନ୍(ଗାବି)ଙ୍କ ସହ ଏହି ଦଳରେ ସାମିଲ ହେବେ।

- Advertisement -

ଶ୍ରେୟା ଦକ୍ଷିଣ କୋରିଆରେ ରହି କୋରିଆ ଭାଷା ଶିଖିବା ସହିତ ଅନେକ ଜିନିଷ ପାଇଁ ତାଲିମ ନେଉଛନ୍ତି। ଏହି ସଫଳତା ପାଇବା ପରେ ତାଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଛି। ନୃତ୍ୟ ଏବଂ ଯୋଗରେ ବେଶ୍ ପାରଙ୍ଗମ ଶ୍ରେୟା। ସେଥିପାଇଁ ସେ ଜାତୀୟ ତଥା ଆଞ୍ଚଳିକ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ଶାସ୍ତ୍ରୀୟ ଓଡ଼ିଶୀରୁ ନୃତ୍ୟ ଆରମ୍ଭ କରିଥିବା ଶ୍ରେୟା ୫ବର୍ଷ ପୂର୍ବେ ରାଉରକେଲାଠାରେ ନୃତ୍ୟ ଶିକ୍ଷା ପାଇଁ ନାମ ଲେଖାଇଥିଲେ। ପରେ ବିଭିନ୍ନ ଗୁରୁଙ୍କ ସଂସ୍ପର୍ଶରେ ଆସି ଭିନ୍ନ ଭିନ୍ନ ଆଧୁନିକ ନୃତ୍ୟ ଶିକ୍ଷା କରିଥିଲେ। ଏହି ପ୍ରତିଯୋଗିତାରେ କଣ୍ଠସ୍ୱରକୁ ମାର୍ଜିତ କରିବା ପାଇଁ ସେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories