www.samajalive.in
Monday, December 15, 2025
26.1 C
Bhubaneswar

ସେବା ପାଇଁ ସହାୟତା

ସମ୍ବଲପୁର: ସମ୍ବଲପୁରର ଯୁବ ସମାଜସେବୀ ତଥା ପୂର୍ବତନ ଉପ ନଗରପାଳ ସିଦ୍ଧାର୍ଥ ସାହା ଓ ତାଙ୍କ ସାଥିଙ୍କ ଦ୍ୱାରା ପରିଚାଳିତ ‘ସାଥି ଚାରିଟେବଲ’ ପକ୍ଷରୁ ମାନବୀୟ ଓ ଧର୍ମ ସେବା କାର୍ଯ୍ୟ ନିରନ୍ତର ଜାରି ରହିଛି । ଏହି କ୍ରମରେ ସମ୍ବଲପୁରର ଚାରଭାଟି ଠାରେ ଜଗତଗୁରୁ କୃପାଳୁ ମହାରାଜଙ୍କ ଅନୁଗାମୀଙ୍କ ଦ୍ୱାରା ନିର୍ମାଣାଧୀନ ନିକଞ୍ଜ ବିହାରୀ ସତସଙ୍ଗ ଆଶ୍ରମ (ରାଧା ଗୋବିନ୍ଦ ଧାମ) ପାଇଁ ୫୦ ହଜାର ଟଙ୍କା ସହାୟତା କରାଯାଇଛି । ସାଥି ଅନୁଷ୍ଠାନର ବରିଷ୍ଠ ପରାମର୍ଶଦାତା ଶତ୍ରୁଘ୍ନ ଲାଲ ସାହା ଆଶ୍ରମ ନିର୍ମାଣସ୍ଥଳ ସୋମବାର ପରିଦର୍ଶନ କରିବା ସହିତ ସହାୟତା ରାଶି ଆଶ୍ରମ କମିଟିର ଉପ ସଭାପତି ନିର୍ମଳ କୁମାର ପଣ୍ଡା, ସନତ କୁମାର ପଣ୍ଡା, ଜୟନାରାୟଣ ମିଶ୍ର, ଅନୀଲ କୁମାର ପଣ୍ଡା ଓ ମୁରଲୀଧର ବିଶ୍ୱାଳଙ୍କୁ ପ୍ରଦାନ କରିଛନ୍ତି । ନିର୍ମାଣସ୍ଥଳ ପରିଦର୍ଶନ ପରେ ଶ୍ରୀ ସାହା ଆଗାମୀ ଦିନରେ ଆବଶ୍ୟକ ଅନୁଯାୟୀ ଶକ୍ତି ମୁତାବକ ସହାୟତା କରାଯିବ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ସମାଜସେବୀ ସିଦ୍ଧାର୍ଥ ସାହାଙ୍କ ଦ୍ୱାରା କରୋନା ସଙ୍କଟ ସମୟରେ ନିରନ୍ତର ମାନବୀୟ ସେବା, ନିଶୁଳ୍କ ଅମ୍ଲଜାନ ସେବା, ୧ ଟଙ୍କାରେ ଆମ୍ବୁଲାନ୍ସ, ପଶୁପକ୍ଷୀଙ୍କୁ ଖାଦ୍ୟ ବଣ୍ଟନ, ଅସହାୟ ମାନଙ୍କୁ ଆର୍ଥିକ ସହାୟତା ଦେଇ ଚିକିତ୍ସା ତଥା ରୋଜଗାରକ୍ଷମ କରିବା ଆଦି ବିଭିନ୍ନ ମାନବୀୟ ସେବା ଜାରି ରହିଛି ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories