ଆଠଗଡ: ଆଠଗଡର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିକାଶ ମଞ୍ଚ ପକ୍ଷରୁ ଇଚ୍ଛାପୁର ପଞ୍ଚାୟତର ଅଙ୍ଗନବାଡି କେନ୍ଦ୍ରଠାରେ ସ୍ୱଚ୍ଛତା ରକ୍ଷା ପାଇଁ ସଚେତନତା କରାଯିବା ସହ ସାନିଟାରୀ ନାପକିନ ବଣ୍ଟନ କରାଯାଇଥିଲା । ବିକାଶ ମଞ୍ଚର ପ୍ରତିଷ୍ଠାତା ସଭାପତି ତଥା ସମାଜସେବୀ ମାନସ ରଞ୍ଜନ ବସ୍ତିଆ ଏଥିରେ ଯୋଗଦେଇ ମାସିକ ଋତୁସ୍ରାବ ଏକ ସ୍ୱଭାବିକ ପ୍ରକ୍ରିୟା ଏବଂ ଏହି ସମୟରେ ଝିଅ ଓ ମହିଳାମାନେ ସ୍ୱଚ୍ଛତା ରକ୍ଷା ସହିତ ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ପଞ୍ଚାୟତର ବହୁ ମହିଳା ଓ କନ୍ୟାଙ୍କୁ ଏହି ଅବସରରେ ଶ୍ରୀ ବସ୍ତିଆ ସାନିଟାରୀ ନାପକିନ ବଣ୍ଟନ କରିଥିଲେ । ଇଚ୍ଛାପୁର ଗ୍ରାମର ବରିଷ୍ଠ ବ୍ୟକ୍ତି ଏବଂ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନେ ବିକାଶ ମଞ୍ଚରେ ଏପରି ଜନହିତକର କାର୍ଯ୍ୟକୁ ପ୍ରଶଂସା କରିବା ସହ ସଭାପତି ଶ୍ରୀ ବସ୍ତିଆଙ୍କୁ କୃତଜ୍ଞତା ଜଣାଇଥିଲେ ।
Popular Categories



