www.samajalive.in
Monday, December 15, 2025
26.1 C
Bhubaneswar

ସୁନ୍ଦରଗଡ଼ର ସୁନା ପୁଅ

ସୁନ୍ଦରଗଡ଼: ଗତ କିଛି ବର୍ଷ ହେବ କ୍ରୀଡ଼ା ହେଉ ବା ଶିକ୍ଷାକ୍ଷେତ୍ରରେ ସନ୍ଦରଗଡ଼ର ମେଧାବୀ ଛାତ୍ରଛାତ୍ରୀଙ୍କ ସଫଳତା ଜିଲ୍ଳା ପାଇଁ ଗୌରବ ଆଣିବା ସହ ଅନ୍ୟମାନଙ୍କ ପ୍ରେରଣା ଯୋଗାଇ ଆସୁଛି । ଆଜି କେନ୍ଦ୍ରୀୟ ଲୋକ ସେବା ଆୟୋଗ ଦ୍ବାରା ପରିଚାଳିତ ସର୍ବଭାରତୀୟ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ସୁନ୍ଦରଗଡ଼ର ମେଧାବୀ ଛାତ୍ର ଗୌରବ ଅଗ୍ରୱାଲ ସର୍ବଭାରତୀୟ ସ୍ତରରେ ୮୬ସ୍ଥାନ ରଖି କୃତକାର୍ଯ୍ୟ ହେବା ଘଟଣା ସମଗ୍ର ଅଞ୍ଚଳରେ ଖୁସିର ଲହରି ଖେଳାଇଦେଇଛି । ଖବର ପ୍ରଚାରିତ ହେବା ପରେ ଗୌରବଙ୍କ ଘରେ ଶୁଭେଚ୍ଛୁ, ସାଙ୍ଗସାଥୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ଼ ଲାଗି ରହିବା ସହ ଶୁଭେଚ୍ଛାର ବାର୍ତ୍ତା ଛୁଟିଚାଲିଛି । ସୁନ୍ଦରଗଡ଼ ମିଶନ ରୋଡରେ ବସବାସ କରୁଥିବା ଗୌରବ ୧ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ରାଉରକେଲା ସେଣ୍ଟପଲ ସ୍କୁଲରେ ପଢ଼ିବା ପରେ ବାପାଙ୍କ ବଦଳି ଯୋଗୁଁ ସେ ବଲାଙ୍ଗିର ଓ ପରେ ରାୟପୁରସ୍ଥିତ ରାଷ୍ଟ୍ରୀୟ ଆଇନ ସ୍କୁଲରେ ଇଣ୍ଟିଗ୍ରେଟେଡ ଆଇନ ପାଠ ପଢ଼ିଥିଲେ ।

ୟୁପିଏସସିର ପ୍ରଥମ ଥରରେ ପରୀକ୍ଷା ଦେଇ ସଫଳତା ହାସଲ କରିନଥିଲେ ମଧ୍ୟ ନିଜ ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ଦ୍ବିତୀୟ ଥର (୨୦୨୧)ରେ ପରୀକ୍ଷା ଦେଇ ୮୬ ସ୍ଥାନ ରଖି କୃତକାର୍ଯ୍ୟ ହୋଇଛନ୍ତି । ଗୌରବ ଏ ଫଳ ପାଇଁ ବେଶ ଖୁସି ଥିବାର ଜଣାପଡ଼ିଛି । ନିଷ୍ଠା ସହ କଠିନ ପରିଶ୍ରମ ହିଁ ତାଙ୍କୁ ସଫଳତା ଆଣିଦେଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି । ବାପା ବ୍ୟାଙ୍କ ଚାକିରିରୁ ଅବସର ନେବା ପରେ ସୁନ୍ଦରଗଡ଼ ମିଶନ ରୋଡ଼ରେ ବ୍ୟବସାୟ କରୁଛନ୍ତି ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories