www.samajalive.in
Thursday, December 11, 2025
14.1 C
Bhubaneswar

ତୁଷୁରା ଫେଭର ରାସ୍ତାନିର୍ମାଣରେ ଦୁର୍ନୀତିର ଗନ୍ଧ; ଯନ୍ତ୍ରୀ ଜାଣିନାହାନ୍ତି ଅନୁଦାନ ଆସିଛି କେତେ ?

ଗୁଡଭେଲା : ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦର ଉନ୍ନୟନ କାମରେ ଖୁଲୁମଖୁଲା ଚାଲିଛି ପିସି କାରବାର। ପିସି ପାଇଁ ବିକାଶର ପ୍ରକଳ୍ପରେ ହେଉଛି ନିମ୍ନମାନର କାମ । ଫଳରେ ନିର୍ମାଣ ନସରି ରାସ୍ତାଗୁଡିକ ଫାଟିଚୁରମାର ହେଉଛି । ରାଜନେତା-ଯନ୍ତ୍ରୀ-ଠିକାଦାରଙ୍କ ଗୁପ୍ତ ବୁଝାମଣା ଥିବାରୁ ଯେତେ ନିମ୍ନମାନର କାମହେଲେ କେହି ପାଟି ଖୁଲୁନାହାନ୍ତି ବୋଲି ସହରବାସୀ ଅଭିଯୋଗ କରିଛନ୍ତି ।  ତୁଷୁରା ଏନଏସି ଅନ୍ତର୍ଗତ ୨ ନମ୍ବର ୱାର୍ଡର ନଅଗାଁରୁ ନୂଆବସ୍ତିକୁ ଯିବା ପାଇଁ  ତୁଷୁରା ବିଜ୍ଞାପିତ ପରିଷଦ ପକ୍ଷରୁ ଏକ ଫେଭର୍ ବ୍ଳକ ରାସ୍ତା ନିର୍ମାଣ ହୋଇଛି । ରାସ୍ତା ନିର୍ମାଣ କାମରେ ଅତି ନିମ୍ନମାନର ସାମଗ୍ରୀ ବ୍ୟବହାର ହୋଇଥିବାରୁ ନିର୍ମାଣ ନସରି ଭାଙ୍ଗିବା ଆରମ୍ଭ ହେଲାଣି । ତଥାପି ରାସ୍ତା ନିର୍ମାଣ କରୁଥିବା ଠିକାଦାରଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ଏନଏସି କର୍ତ୍ତୃପକ୍ଷ ।

ରାସ୍ତା ନିର୍ମାଣଟି କେଉଁ ଯୋଜନାରୁ ତିଆରି ହେଉଛି କେତେ ଟଙ୍କାର ଅନୁଦାନ ଆସିଛି ବୋଲି ଜେଇଙ୍କୁ ପଚାରିଲେ କେତେ ଏଷ୍ଟିମେଟ ହୋଇଛି ଜାଣିନି ବୋଲି କହୁଥିବାରୁ ଏନଏସିର ବିକାଶ ପ୍ରକଳ୍ପକୁ ଯନ୍ତ୍ରୀ ମାନେ କେମିତି ଭାବେ ତଦାରଖ କରୁଛନ୍ତି ତାହା ବାରି ହେଉଛି । ଖାଲି ଏହି ଗୋଟିଏ ରାସ୍ତା ନୁହେଁ ଟିକିରିପଡ଼ାରେ ନିର୍ମାଣ ହୋଇଥିବା ଫେଭର ରାସ୍ତା ବି ଭାଙ୍ଗି ଚୁରମାର ହେଉଥିବାରୁ କେଉଁ ଧରଣର ରାସ୍ତା ଦୁର୍ନୀତି ହେଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ହେଲେ ନିମ୍ନମାନ କାମ ଯୋଗୁ ରାସ୍ତାରେ ପାର୍ଶ୍ୱରେ ଦିଆଯାଇଥିବା ପାଚେରୀ ଭାଙ୍ଗିଯାଇ ପେଭର୍ ଦବି ଗଲାଣି । ଏହି ବିଷୟରେ କନିଷ୍ଠ ଯନ୍ତ୍ରୀ ସନ୍ତୋଷ ବେହେରାଙ୍କୁ ପଚରାଯିବାରୁ ନିର୍ବାଚନ ପୂର୍ବରୁ କାମ ହୋଇଥିଲା । ବର୍ତ୍ତମାନ କାମ ଶେଷ ହୋଇନାହିଁ ।ସୂଚନା ଫଳକ ନିର୍ମାଣ ହୋଇଛି ସୂଚନା ଲେଖାହୋଇ ନାହିଁ ବୋଲି କହିଛନ୍ତି। ଜିଲ୍ଲା ପ୍ରରଶାସନ ଏ ଦିଗରେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories