www.samajalive.in
Tuesday, December 9, 2025
16.1 C
Bhubaneswar

ବିପୁଳ ପରିମାଣର ଗଞ୍ଜେଇ ଜବତ; ୨ଗିରଫ

ଗୁଡଭେଲା: ଗଞ୍ଜେଇ ଚୋରା ଚାଲାଣ ବେଳେ ବଲାଙ୍ଗୀର ଜିଲ୍ଲା ତୁଷୁରା ପୁଲିସ ଚଢ଼ଉ କରି ୬୧ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଦିଲ୍ଲୀ ତିଲକ ନଗର ଅଞ୍ଚଳର କରନ ବର୍ମା (୨୪) ଓ  ରାହୁଲ ତିଓ୍ୱାରୀ ( ୨୩) । ସୂଚନା ଅନୁଯାୟୀ ତୁଷୁରାପୁଲିସ ଗୁଡଭେଲା ତୁଷୁରା ରାସ୍ତା ପାଟ୍ରୋଲିଂ  କରୁଥିବା ବେଳେ  ଧାନଘରା, କପସିଲା ରାସ୍ତା ଦେଇ ଏକ ଧଲା ରଙ୍ଗର ଚାରିଚକିଆ କାର୍ (ଓଡି-୧୪ଏଚ -୬୬୮୯) କୁ ଅଟକାଇ ଯାଞ୍ଚ କରି ଥିଲା ଯାଞ୍ଚ ପରେ ଉକ୍ତ ଗାଡିରେ ଗଞ୍ଜେଇ ଥିବା ଦେଖବାକୁ ପାଇଥିଲା । ପରେ କାରରେ ଥିବା ଯୁବକ ମାନଙ୍କୁ ଗିରଫ କରି ତୁଷୁରା ତହସିଲଦାର ରବୀନ୍ଦ୍ର କୁମାର ପଟେଲଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇକୁ ଓଜନ କରାଯାଇଥିଲା । ଏହି ଗଞ୍ଜେଇ ବେପାରୀ ମାନେ କନ୍ଧମାଲରୁ ତୁଷୁରା ଦେଇ ଦିଲ୍ଲୀକୁ ନେଇ ଯାଉଥିବା ପୁଲିସ ଆଗରେ ପ୍ରକାଶ କରିଥିଲା ।ଏହାସହ ଉକ୍ତ କାରରେ ଲାଗିଥିବା ନମ୍ବର ପ୍ଳେଟ୍‌ ମଧ୍ୟ ପରିବର୍ତ୍ତନ କରି ଓଡିଶା ଏକ ନମ୍ବର ପ୍ଳେଟ ଲଗାଯାଇଛି।  ଏଠାରେ ସୂଚନା ଯୋଗ୍ୟ ଯେ ତୁଷୁରା ଦେଇ ପ୍ରତ୍ୟେକ ଦିନ ରାଜ୍ୟ ବାହରକୁ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ବେଳେ ଅବକାରୀ ବିଭାଗ ହାତ ଖାଲି ରହୁଥିବା ଦେଖିବାକୁ ମିଲୁଥିବା ବେଳେ ପୁଲିସ ଉକ୍ତ ବେପାରୀ ମାନଙ୍କୁ ଧରିବାରେ ସଫଲ ହେଉଛି । ଏହି ଚଢାଉରେ ତୁଷୁରା ଥାନା ଅଧିକାରୀ ସଂଜୀବ ପ୍ରଧାନ ,ଏସ ଆଇ‌ ଆଲୋକ ପ୍ରସାଦ ଭୋଇ, ଏ.ଏସ.ଆଇ ଯୋଗେଶ୍ୱର ଧରୁଆ, ଏ.ଏସ.ଆଇ ଜ୍ୟୋସ୍ନା ରାଣୀ ମହାନନ୍ଦ, କନଷ୍ଟେବଳ ଜୟଦେବ ସାହୁ , ମଗଂଲା ମାଡକାମୀ , ଅନନ୍ତ ସାହୁ ସାମିଲ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories