www.samajalive.in
Monday, December 15, 2025
26.1 C
Bhubaneswar

ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମୀକ୍ଷା କଲେ ଆରକ୍ଷୀ ମହାନିର୍ଦ୍ଦେଶକ

ଡେସ୍କ: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ଆଜି ରାଜ୍ୟର ସମସ୍ତ ଆରକ୍ଷୀ ଅଧିକ୍ଷକ, କଟକ ଓ ରାଉରକେଲାର ରେଳବାଇ ଆରକ୍ଷୀ ଅଧିକ୍ଷକ, ଭୁବନେଶ୍ୱର ଓ କଟକ ଡିସିପିଙ୍କ ସମେତ ସମସ୍ତ ରେଂଜର ଆଇ.ଜି ଓ ଡି.ଆଇ.ଜି, କଟକ-ଭୁବନେଶ୍ୱର ପୁଲିସ କମିସନରଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ। ଏହି ବୈଠକରେ ଭୁବନେଶ୍ୱରରୁ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ, ଡି.ଆଇ.ଜି ଗୁଇନ୍ଦା ବିଭାଗ ପ୍ରମୁଖ ଭି.ଡି.ଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଅଂଶଗ୍ରହଣ କରିଥିଲେ।

ଏଚ୍‌.ଆର୍‌.ପି.ସି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, ଏସ୍.ସି.ଆର.ବି ନିର୍ଦ୍ଦେଶକ, ଆଇନ ଶୃଙ୍ଖଳା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, ଆଧୁନିକୀକରଣ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, ହେଡକ୍ୱାର୍ଟସ ଆଇ.ଜି.ପି, ପର୍ସୋନେଲ ଆଇ.ଜି.ପି, କେନ୍ଦ୍ରାଞ୍ଚଳ ଆଇ.ଜି.ପି, କ୍ରାଇମବ୍ରାଞ୍ଚ ଆଇ.ଜି.ପି, ଏଚ୍‌.ଆର୍‌.ପି.ସି ଆଇ.ଜି.ପି, ଏସ୍‌.ଟି.ଏଫ୍‌ ଡି.ଆଇ.ଜି.ପି, ହେଡକ୍ୱାର୍ଟସ ଏ.ଆଇ.ଜି.ପି ପ୍ରମୁଖ ପୁଲିସ ମୁଖ୍ୟାଳୟରୁ ବୈଠକରେ ଉପସ୍ଥିତ ଥିଲେ।

- Advertisement -

ଆଜିର ଏହି ବୈଠକରେ ଆଇନ ଏବଂ ଶୃଙ୍ଖଳା, ଡାଏଲ ୧୧୨, ମୋ ସରକାର, ଜନ ଶୁଣାଣି, ଅପରାଧ ନିୟନ୍ତ୍ରଣ, ଗୁରୁତ୍ୱପୂର୍ଣ୍ଣ ଏସ୍‌.ଆର୍‌ ମାମଲାଗୁଡିକର ସଠିକ ତଦନ୍ତ, ବିଚାରଧିନ ମାମଲାଗୁଡିକର ତଦନ୍ତ, ପୁରୁଣା ମାମଲାଗୁଡିକର ସମାପ୍ତ ନିମନ୍ତେ ସ୍ୱତନ୍ତ୍ର ଡ୍ରାଇଭ, ଜବତ ଗାଡିଗୁଡିକର ଉପଯୁକ୍ତ ବିନିଯୋଗ, ମାଲଖାନାଗୁଡିକର କମ୍ପ୍ୟୁଟରୀକରଣ, ଦଣ୍ଡବିଧାନ ହାର ବୃଦ୍ଧି ନିମନ୍ତେ ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ପଦକ୍ଷେପ, ନିଶାଦ୍ରବ୍ୟ ବିରୋଧରେ ପଦକ୍ଷେପ, ବ୍ରାଉନ ସୁଗାର ଏବଂ ଗଞ୍ଜେଇ ଜବତ, ଏଣ୍ଡିପିଏସ ମାମଲାରେ ଜବତ ହୋଇଥିବା ଡ୍ରଗ୍‌ସ ଏବଂ ଗାଡିଗୁଡିକର ବିନିଯୋଗ ନିମନ୍ତେ ପ୍ରାକ୍‌ ବିଚାର ପ୍ରକ୍ରିୟା ଓ ଏନ୍‌ବିଡବ୍ଲ୍ୟୁ କାର୍ୟ୍ୟକାରୀ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣାପଡିଛି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories