www.samajalive.in
Saturday, December 6, 2025
19.1 C
Bhubaneswar

ଦଳ ଛାଡିଲେ ବିଜେପି ବିଧାୟକ, କଂଗ୍ରେସରେ ଯୋଗଦେବାର ସଂକେତ

ମୁମ୍ବଇ : ମହାରାଷ୍ଟ୍ରର ବିଜେପି ବିଧାୟକ ଆଶିଷ ଦେଶମୁଖ ମଙ୍ଗଳବାର ଦଳରୁ ଇସ୍ତଫା ଦେଇଛନ୍ତି। ଆଶିଷ ଦଳର ପ୍ରାଥମିକ ସଦସ୍ୟ ପଦ ସହିତ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସ୍ୱତନ୍ତ୍ର ବିଦର୍ଭ ରାଜ୍ୟ ଗଠନର ଜଣେ ଦୃଢ ସମର୍ଥକ ଥିବା ଦେଶମୁଖ କଂଗ୍ରେସରେ ଯୋଗଦେବାର ସମ୍ଭାବନା ରହିଛି। ରିପୋର୍ଟ ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ଦେଶମୁଖ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ଦେଶମୁଖ ତାଙ୍କର ଇସ୍ତଫା ସମ୍ପର୍କରେ ଟ୍ୱିଟର ମାଧ୍ୟମରେ ଘୋଷଣା କରିଛନ୍ତି ବୁଧବାର ସେ ବିଧାନସଭା ବାଚସ୍ପତିଙ୍କୁ ଭେଟି ବିଧିବଦ୍ଧ ଇସ୍ତଫା ଦେବେ। କୋଟଲା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଦେଶମୁଖ ଅନେକ ସମୟରେ ବିଜେପି ଉପରେ ଅସନ୍ତୋଷ ବ୍ୟକ୍ତ କରିଆସୁଥିଲେ। ସେ କହିଛନ୍ତି ଯେ ବିଜେପି କୃଷକ ବିରୋଧୀ। ଦେଶମୁଖ ହେଉଛନ୍ତି ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରଂଜିତ ଦେଶମୁଖଙ୍କ ପୁଅ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories