www.samajalive.in
Saturday, December 6, 2025
15.1 C
Bhubaneswar

ସବୁଜ ଭାରତ ସଂଗଠନ ପକ୍ଷରୁ ଦୁର୍ଗମ ଅଞ୍ଚଳରେ ବଣ୍ଟାହେଲା ଛବିଳ ମଧୁ ବର୍ଣ୍ଣବୋଧ

ଲକ୍ଷ୍ମୀପୁର : ଓଡ଼ିଆ ଭାଷାର ପ୍ରଗତି ପାଇଁ ସବୁଜ ଭାରତ ସଂଗଠନ ପକ୍ଷରୁ ପ୍ରୟାସ। କୋରାପୁଟ ଜିଲା ସୀମାନ୍ତ ବର୍ତ୍ତି ରାୟଗଡ଼ା ଜିଲା ସଦର ବ୍ଲକ ଅଧିନସ୍ଥ ଦୁର୍ଗମ ଗ୍ରାମ ଗୁଡିକରେ ବର୍ଣ୍ଣବୋଧ ବଣ୍ଟାହେଲା । ଲକ୍ଷ୍ମୀପୁରର ସବୁଜ ଭାରତ ସଂଗଠନ ପକ୍ଷରୁ ଓଡ଼ିଆ ଭାଷାର ଊନ୍ନିତ ପାଇଁ ଓଡିଶାର ସର୍ବ ପୂରାତନ ପ୍ରାରମ୍ଭିକ ପଠନ ପୁସ୍ତକ ମଧୁସୂଦନ ରାଓଙ୍କ ଦ୍ଵାରା ଲିଖିତ ଛବିଳ ମଧୁ ବର୍ଣ୍ଣବୋଧ ଲକ୍ଷ୍ମୀପୁର ସହିତ ନାରାୟଣପାଟଣା ବ୍ଲକର ଦୁର୍ଗମ ଅଞ୍ଚଳର ସହିତ ଆଦିବାସୀ ଅଧ୍ୟୁଷିତ ଗାଁ ରେ ବଣ୍ଟନ କରାଯାଉଥିଲା ।
ତେବେ ଜିଲା ବାହାରେ ରାୟଗଡା ସଦର ବ୍ଲକର କୁଟୁଳି ପଞ୍ଚାୟତର ସାନମାନଧାର, ବଡମାନଧାର, ନାକଟି ପଞ୍ଚାୟତର ରେଗେଡା, ଝରମୁଣ୍ଡା, ବଡ଼ ଚେକା ଓ କୁମ୍ଭିକୋଟା ପଞ୍ଚାୟତର ହିପରପାଡୁ ଓ ଆଲିଙ୍ଗନ ଗ୍ରାମରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଛବିଳ ମଧୁ ବର୍ଣ୍ଣବୋଧ ବଣ୍ଟନ କରାଯାଇଥିଲା ବେଳେ ଷଷ୍ଠ ରୁ ଊର୍ଦ୍ଧ୍ବ ପିଲା ମାନଙ୍କୁ ଖାତା, ଡଟପେନ ଓ ରବର ବଣ୍ଟା ଯାଇଛି। ଏହି କାର୍ଯ୍ୟ କ୍ରମରେ କୋରାପୁଟର ପୁର୍ବତ୍ତନ ସାଂସଦ ଝିନ ହିକକାଙ୍କ ସହିତ କୃଷ୍ଣ ତୁରୁକ୍, ସୁବାସ ମାଝୀ ବେଣୁ ସୁଚେନ ଓ ସଂଗଠନ ମୁଖ୍ୟ ଗୋପେଶ୍ଵର ଗରଡ଼ା ଯୋଗଦେଇ ଭାଷାର ପ୍ରଚାର ପ୍ରସାର ଉପରେ ସଚେତନ କରାଇବା ସହିତ ୧୮୨ ବର୍ଣ୍ଣବୋଧ ଆଦି ବାଣ୍ଟିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories