www.samajalive.in
Saturday, December 6, 2025
26.1 C
Bhubaneswar

ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

ବଲାଙ୍ଗିର: ବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଘଟଣାକୁ ନେଇ ଏସପି ନୀତିନ କୁଶଳକର ପ୍ରତିକ୍ରିୟା ରଖିଛନ୍ତି । ଏସପିଙ୍କ କହିବା ଅନୁସାରେ ଏହି ଦୁର୍ଘଟଣା ପୂର୍ବ ଯୋଜନା ଅନୁଯାୟୀ ଏକ ହତ୍ୟା । ହତ୍ୟା ଉଦ୍ୟମ କରାଯାଇ ଘଟଣାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରାଯାଇଛି । ଏହି ଘଟଣାରେ ଚିତ୍ତରଞ୍ଜନ ମହାନ୍ତି ହିଁ ମୁଖ୍ୟ ଅଭିଯୁକ୍ତ ବୋଲି କହିଛନ୍ତି ଏସପି । ତାହା ସହ ଏସପି କହିଛନ୍ତି ମୁଖ୍ୟ ଅଭିଯୁକ୍ତ ଚିତ୍ତର ଗୋଡ଼ ଭାଙ୍ଗିଯାଇଛି । ସେ ପୁଲିସ ହେପାଜତରେ ରହି ଚିକିତ୍ସିତ ହେଉଛି । ଏହି ଘଟଣାରେ ଚିତ୍ତ ସହ ଆହୁରି ୩ଜଣ ସମ୍ପୃକ୍ତ ଥିବା ଏସପି ସୂଚନା ଦେଇଛନ୍ତି । ମିନି ଟ୍ରକରେ ୨ଜଣ ଥିଲେ ଓ ଗାଡ଼ି କିଏ ଚଳାଉଥିଲା ତାହାର ତଦନ୍ତ କରାଯାଉଛି । ପୂର୍ବ ଶତ୍ରୁତାରୁ ଏହି ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୩୦୨, ୩୦୭, ୧୨୦(ବି)ରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥିବା କହିଛନ୍ତି ଏସପି ନୀତିନ କୁଶଳକର ।

ସୂଚନା ଥାଉକି ଗତ ଶନିବାର ଦିନ ସାଢେ ୧୧ଟା ବେଳେ ବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ(ଏକାଧିକ) ଦୁର୍ଘଟଣା ଘଟିଥିଲା । ମିନି ଟ୍ରକ ଏକ ବାଇକ୍‍କୁ ପଛପଟୁ ଧକ୍କା ଦେଇଥିବା ବେଳେ ବାଇକ ଏକ ଇନୋଭାକୁ ମଧ୍ୟ ଧକ୍କା ଦେଇଥିଲା । ସେହିପରି ରାସ୍ତା ଉପରେ ଥିବା ଗାଈକୁ ବଞ୍ଚାଇବା ଓ ଦୁର୍ଘଟଣା ଏଡେଇବାକୁ ଯାଇ ଆଉ ଏକ ଗହମ ବୋଝେଇ ଟ୍ରକ ରାସ୍ତା କଡ଼ ଗଛକୁ ଧକ୍କା ଦେଇଥିଲା । ଏହି ସିରିଜ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାଇକ ଚଳାଉଥିବା ଯୁବକ ଓ ମିନି ଟ୍ରକ ଚାଳକ ଗୁରୁତର ହୋଇ ଭୀମ ଭୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଘଟଣାସ୍ଥଳରେ ଉପଖଣ୍ଡ ପୁଲିସ ଅଧିକାରୀ(ଏସ୍‍ଡିପିଓ) ଓ ସହରାଞ୍ଚଳ ପୁଲିସ ପହଞ୍ଚି ଭିଡ ନିୟନ୍ତ୍ରଣ କରିବା ସହ ଗାଡି ଚଳାଚଳ ସ୍ୱାଭାବିକ କରିଥିଲେ। ପ୍ରଥମେ ଏହାକୁ ଦୁର୍ଘଟଣା କୁହାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଏକ ଯୋଜନାବଦ୍ଧ ହତ୍ୟା ଉଦ୍ୟମ ବୋଲି ଚର୍ଚ୍ଚା ହୋଇଥିଲା । ହେଲେ ବର୍ତ୍ତମାନ ସତ୍ୟ ସାମ୍ନାକୁ ଆସିଛି । ପୁଲିସ ଏବେବି ତଦନ୍ତ ଜାରି ରଖିଛି ।

- Advertisement -

 

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories