www.samajalive.in
Saturday, December 6, 2025
17.1 C
Bhubaneswar

ବିକାଶକୁ ମିଳିବ ନୂଆ ଗତି

ବୌଦ୍ଧ : ବୌଦ୍ଧ ଏନଏସି ପାଇଁ ସତେ ଯେପରି ନୂଆ ଯୁଗର ଆରମ୍ଭ ହୋଇଛି। ଦୁଇବର୍ଷ ହେଲା ଜିଲାପାଳ ଲଲାଟେନ୍ଦୁ ମିଶ୍ର ଏନଏସିର ପ୍ରଶାସକ ଭାବରେ ଦାୟିତ୍ୱ ତୁଲାଇ ସହରର ବିକାଶକୁ ଗତିଶୀଳ କରିଥିଲେ। ପ୍ରକଳ୍ପର ବ୍ୟୟ ଅଟକଳ ଯାହା ହେଉନା କାହିଁକି ବିକାଶରେ ବ୍ରେକ ଲାଗିବା ଉଚିତ ନୁହେଁ, ଏହି ନିତିରେ ଜିଲାପାଳ ଶ୍ରୀ ମିଶ୍ର ସର୍ବଦା କାର୍ଯ୍ୟ କରିବା ସହିତ ସହରବାସୀଙ୍କୁ ବିକାଶର ଏକ ନୂଆ ସ୍ୱପ୍ନ ଦେଖାଇ ପାରିଛନ୍ତି। ସହରାଞ୍ଚଳର ନଦୀପଠାରୁ ଆରମ୍ଭ ହୋଇ ଐତିହାସିକ ଗଡଖାଇର ପୁନରୁଦ୍ଧାର ଯୋଜନା, ସହରର ପ୍ରତ୍ୟେକ ଛକର ସୌନ୍ଦର୍ଯ୍ୟକରଣ ପାଇଁ ଅନେକ ପଦକ୍ଷେପ ଜିଲାପାଳ ଶ୍ରୀମିଶ୍ରଙ୍କ ସମୟରେ ନିଆଯାଇଥିଲା। ସହରର ସୌନ୍ଦର୍ଯ୍ୟକରଣ ପାଇଁ ବିଧାୟକ ପ୍ରଦିପ କୁମାର ଅମାତ ସମସ୍ତ ପ୍ରକାର ପ୍ରୋତ୍ସାହନ ଜିଲା ପ୍ରଶାସନକୁ  ଯୋଗାଇଦେଇଛନ୍ତି।
ତେବେ ପୌର ନିର୍ବାଚନ ପରେ ନୂତନ ଜନ ପ୍ରତିନଧି ଦାୟିତ୍ୱକୁ ଆସିଲେ ଏହି ବିକାଶ ପ୍ରକ୍ରିୟାରେ ବ୍ରେକ ଲାଗିବାର ସମ୍ଭାବନା ପ୍ରକାଶ ପାଇଥିଲା। କିନ୍ତୁ ଏନଏସି ଅଧ୍ୟକ୍ଷ ଭାବରେ ବିଜେଡିର ଯୁବନେତା ମୃତ୍ୟୁଞ୍ଜୟ ମିଶ୍ର ବିଜୟୀ ହୋଇ ଦାୟିତ୍ୱ ସମ୍ଭାଳିବାପରେ ସହରର ବିକାଶ ପାଇଁ ସମସ୍ତ ଯୋଜନାକୁ ଅଧିକ ଗତି ମିଳିଥିବା ଦେଖାଯାଇଛି। ପ୍ରତିଦିନ ବିଭିନ୍ନ କାର୍ଯ୍ୟରେ ଆସୁଥିବା ସାଧାରଣଲୋକଙ୍କ ପାଇଁ ଏନଏସି କାର୍ଯ୍ୟାଳୟ ମଧ୍ୟରେ ବିଭିନ୍ନ ସୁବିଧା ସୁଯୋଗକୁ ଗୁରୁତ୍ୱ ଦିଆଯାଇଛି। ବୃଦ୍ଧ ବୃଦ୍ଧାମାନଙ୍କ ପାଇଁ ସହାୟତା କେନ୍ଦ୍ର ଖୋଲାଯିବା ସହିତ କାମରେ ଆସୁଥିବା ଲୋକମାନଙ୍କ ପାଇଁ ବିଶ୍ରାମ ଗୃହ ନିର୍ମାଣ କରାଯାଇଛି। ସେହିପରି କର୍ମଚାରୀ ଓ ସାଧାରଣଲୋକଙ୍କ ପାଇଁ କାର୍ଯ୍ୟାଳୟ ମଧ୍ୟରେ ସାଇକେଲ ଓ ବାଇକ୍ ଷ୍ଟାଣ୍ଡର ବ୍ୟବସ୍ଥା କରାଯାଇଛି। କର୍ମଚାରୀମାନଙ୍କୁ ନୂତନ ଅଧ୍ୟକ୍ଷଙ୍କ ପକ୍ଷରୁ ତାଗିଦ କରାଯାଇ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣଲୋକଙ୍କ କାର୍ଯ୍ୟକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ ଭାବରେ ଆଗକୁ ବର୍ଷାଦିନ ଆସୁଥିବାରୁ ସହରର ତଳି ଅଞ୍ଚଳ ଗୁଡିକରୁ ଆବର୍ଜନା ଜଳ କିପରି ନିଷ୍କାସନ ହୋଇପାରିବ ତାହାକୁ ଗୁରୁତ୍ୱ ଦିଆଯାଇଛି। ରବିବାର ଛୁଟିଦିନ ହେଲେ ମଧ୍ୟ ଖୋଦ ଏନଏସି ଅଧ୍ୟକ୍ଷ ସଫେଇ କର୍ମଚାରୀଙ୍କ ସହ ଉପସ୍ଥିତ ରହି ଡ୍ରେନ ସଫେଇ କାର୍ଯ୍ୟ କରାଇବା ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ପ୍ରଶଂସାର ସୂଅ ଛୁଟିଛି। ସହରରେ ୧୫ ନମ୍ବର ୱାର୍ଡ ତଳି ଅଞ୍ଚଳ ଭାବରେ ଜଣାଶୁଣା ହୋଇଥିବାବେଳେ ପ୍ରତିବର୍ଷ ବର୍ଷା ଜଳରେ ଏଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। ଚଳିତବର୍ଷ ପ୍ରାରମ୍ଭରୁ ହିଁ ପୂର୍ତ୍ତ ବିଭାଗ ପକ୍ଷରୁ ଡ୍ରେନ ନିର୍ମାଣ ସମୟରେ ଡ୍ରେନ ପାଣି ପଶି ଅନେକ ବ୍ୟବସାୟୀଙ୍କ କ୍ଷତି ହେବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ତେଣୁ ସହରର ଆବର୍ଜନା ଜଳ ନିଷ୍କାସନକୁ ପ୍ରାଥମିକତା ଦିଆଯାଇ ଏନଏସି ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ସୋମବାରଠାରୁ ସହରରେ ଏକମାସ ଧରି ଜବରଦଖଲ ଉଛେଦ ଅଭିଯାନ ଆରମ୍ଭ ହେବ ବୋଲି ଜଣାପଡିଛି। ମୁଖ୍ୟତଃ ଡ୍ରେନ ଉପରେ ଘର ନିର୍ମାଣ କରିଥିବା ଲୋକଙ୍କୁ ଜବରଦଖଲ ହଟାଇବାକୁ ଏନଏସି ପକ୍ଷରୁ ନିବେଦନ କରାଯାଇଛି। ଏହାବ୍ୟତୀତ ସହର ମଧ୍ୟରେ ପାର୍କିଂ ପାଇଁ ଜାଗା ଚିହ୍ନଟ,ଟ୍ରାଫିକ ବ୍ୟବସ୍ଥା,ସରକାରୀ ଜାଗାରେ ରହୁଥିବା ଅସହାୟ ପରିବାରକୁ ଜାଗା ମିଶନ ଜରିଆରେ ଥଇଥାନ ଆଦି କାର୍ଯ୍ୟକୁ ଗତିଶୀଳ କରାଯାଇଛି। ଆସନ୍ତା ମାସରୁ ପ୍ରତ୍ୟେକ ରବିବାରଦିନ ଏନଏସି ଅଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ ବିଭାଗୀୟ କର୍ମଚାରୀ ସହରାଞ୍ଚଳର ଗୋଟିଏ ୱାର୍ଡ ବୁଲି ଜନସାଧାରଣଙ୍କ ସହିତ ଆଲୋଚନା କରି ୱାର୍ଡରେ ରହିଥିବା ବିଭିନ୍ନ ସମସ୍ୟା ଅନୁଧ୍ୟାନ କରିବାପରେ ତାହାର ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ଜଣାପଡିଛି। ସବୁ ବ୍ୟବସ୍ଥା ଠିକ୍  ରେ କାର୍ଯ୍ୟକାରୀ ହୋଇପାରିଲେ ବୌଦ୍ଧ ଏନଏସିରେ ବିକାଶକୁ ନୂଆ ଗତି ମିଳିବ ବୋଲି ସମ୍ଭାବନା ପ୍ରକାଶ ପାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories