nua o banner

ଦଲାଲ୍-ଯନ୍ତ୍ରୀ ମଧୁ ଚନ୍ଦ୍ରିକାରେ ଚାଲିଛି ଶୌଚାଳୟ ନିର୍ମାଣ

ହରଭଙ୍ଗା ବ୍ଲକରେ ସ୍ୱଛ ଭାରତ ମିଶନ କାର୍ଯ୍ୟକ୍ରମ ବାଟବଣା, ନିର୍ମାଣ ଖର୍ଚ୍ଚ ୪ହଜାର , ବିଲ ହେଉଛି ୧୨ ହଜାର ଟଙ୍କା

BJD Bijuli 480×75 Mob

ହରଭଙ୍ଗା : ୫-ଟି ମୋ-ସରକାର ନିୟମ କାର୍ଯ୍ୟକାରୀ ପରେ ମଧ୍ୟ ହରଭଙ୍ଗା ବ୍ଲକରେ ସବୁ ବିଭାଗରେ ଆଖିବୁଜା ଦୁର୍ନୀତି ଚାଲିଥିବା ନଜରକୁ ଆସୁଛି। ସରକାରୀ ନିୟମ କାନୁନକୁ ଜଳାଞଳି ଦେଇ ସ୍ୱଛ ଭାରତ ମିଶନରେ ନିର୍ମାଣ ହେଉଥିବା ଶୌଚାଳୟରେ ଯନ୍ତ୍ରୀଙ୍କ ଇସାରାରେ ଛାୟା ଠିକାଦାର ଦଲାଲ ଜରିଆରେ ଚାଲିଥିବା ଦୁର୍ନୀତି ଦେଖିବାକୁ ମିଳିଛି । ଏଭଳି ଦୁର୍ନୀତି ବ୍ଲକର କୁଶଙ୍ଗ ପଂଚାୟତରେ ଦେଖିବାକୁ ମିଳିଛି । ପ୍ରକାଶ ଯେ ସ୍ୱଛ ଭାରତ ମିଶନ ଗ୍ରାମୀଣ ଯୋଜନାରେ ବ୍ଲକରେ ପାଖାପାଖି ୫ ହଜାର ଶୌଚାଳୟ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।ସ୍ୱଛ ଭାରତ ମିଶନରେ କେନ୍ଦ୍ରସରକାର ଖୋଲା ମଳତ୍ୟାଗ ରୋକିବା ପାଇଁ ଶୌଚାଳୟ ନିର୍ମାଣ ପାଇଁ ହିତାଧିକାରୀଙ୍କୁ ୧୨ହଜାର ଟଙ୍କା ଯୋଗାଇ ଦେଉଛନ୍ତି । ମାତ୍ର ବ୍ଲକରେ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ -୨ ସବୁ ସରକାରୀ ନିୟମକୁ ଜଳାଞଳି ଦେଇ ବିହାରର କିଛି ଅଣଓଡିଆ ଠିକାଦାର ଦଲାଲାଙ୍କୁ ଏହାର ନିର୍ମାଣ କାର୍ଯ୍ୟରେ ଲଗାଇଛନ୍ତି। ସେମାନେ ଶୌଚାଳୟର ନକ୍ସାକୁ ଜଳାଞଳି ଦେଇ ନିମ୍ନମାନର ସିମେଂଟ, ବାଲି, ଇଟା ଏବଂ ଫାଇବର କବାଟ ବାବଦକୁ ମାତ୍ର ୪ହଜାର ଟଙ୍କା ବ୍ୟୟବରାଦରେ ଅତ୍ୟନ୍ତ ନିମ୍ନମାନର ଶୌଚାଳୟ ନିର୍ମାଣ କରୁଥିବା ଖୋଦ୍ ହିତାଧିକାରୀ ମାନେ ଅଭିଯୋଗ ଉଠାଇଛନ୍ତି । ଶୌଚାଳୟ ଘର କାନ୍ଥ ୮ ଇଂଚ ମାଟି ଖୋଲି ଇଟା ଯୋଡୁଥିବା ବେଳେ ଟାଙ୍କି ମାତ୍ର ଏକଫୁଟ ଗଭୀରରେ ନିର୍ମାଣ ହେଉଛି। ଅତ୍ୟନ୍ତ ନିମ୍ନମାନର ଶୌଚାଳୟ ନିର୍ମାଣ ଯୋଗୁଁ ଘର ଗୁଡିକ ଫାଟି ଯିବା ସହ ଫାଇବର କବାଟ ଦୁଇଥର ଖୋଲିଲେ ଭାଙ୍ଗିଯାଉଛି। ହିତାଧିକାରୀମାନେ ନିଜେ ଶୌଚାଳୟ ଘର ନିର୍ମାଣ ପାଇଁ ଆଗ୍ରହ ପ୍ରକାଶ କଲେ ବି ତୁମେ ନିର୍ମାଣ କଲେ ପଇସା ମିଳିବନି ବୋଲି ଓଲଟା ଧମକା ଯାଉଥିବା ହିତାଧିକାରୀ ଅଭିଯୋଗ ଉଠାଇଛନ୍ତି। ଏଭଳି ଦୁର୍ନୀତିରେ ଯନ୍ତ୍ରୀଙ୍କ ହାତଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଏହା ଉପରେ ତଦନ୍ତ କରାଯାଇ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ହିତାଧିକାରୀ ଅଜିତ ବେହେରା, ଗୀତାଞଳୀ ବଳିଆରସିଂହ, ମମତା ବେହେରା, ଗଣେଷ ବେହେରା ପ୍ରମୁଖ ଦାବି କରିଛନ୍ତି । ଏ ସର୍ମ୍ପକରେ ହରଭଙ୍ଗା ଜଳ ଓ ପରିମଳ ଯନ୍ତ୍ରୀ-୨ ପ୍ରଦୀପ କୁମାର ଜେନାଙ୍କୁ ପଚାରିବାରୁ କୁଶଙ୍ଗରେ ୪୦ /୫୦ଟି ଶୌଚାଳୟ ବିହାରୀ ମିସ୍ତ୍ରୀ ଦ୍ୱାରା ନିର୍ମାଣ କରାଯାଇଥିବା ସ୍ୱୀକାର କରିଥିଲେ । ୪ହଜାର ଟଙ୍କାରେ ଏହାର ନିର୍ମାଣ କାର୍ଯ୍ୟ ଚାଲିଥିବା ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ।

Comments are closed.