www.samajalive.in
Sunday, December 14, 2025
17.1 C
Bhubaneswar

ସାମିଙ୍କୁ ବିସିସିଆଇର କ୍ଲିନ୍‍ ଚିଟ୍‍; କେନ୍ଦ୍ରୀୟ ଚୁକ୍ତି ମିଳିଲା

ନୂଆଦିଲ୍ଲୀ: ମହମ୍ମଦ ସାମିଙ୍କ ବିରୋଧରେ ତାଙ୍କ ପତ୍ନୀ ହସିନ୍‍ ଜାହାଁ ମ୍ୟାଚ୍‍ ଫିକ୍ସିଂର ଅଭିଯୋଗ କରିଥିଲେ। ତେବେ ଏହି ମାମଲାରେ ଫାଷ୍ଟବୋଲର ସାମିଙ୍କୁ କ୍ଲିନ୍‍ ଚିଟ୍‍ ପ୍ରଦାନ କରିଛି ବିସିସିଆଇ। ଏହାସହ ସାମିଙ୍କୁ ତା’ର କେନ୍ଦ୍ରୀୟ ଚୁକ୍ତି ବିସିସିଆଇ ପ୍ରଦାନ କରିଛି। ସାମିଙ୍କ ବିରୋଧରେ ମ୍ୟାଚ୍‍ ଫିକ୍ସିଂର ଅଭିଯୋଗ ହେବା ପରେ ଏହାର ତଦନ୍ତ କରିବାକୁ ତା’ର ଦୁର୍ନୀତି ନିରୋଧ ଓ ନିରାପତ୍ତା ସଂସ୍ଥା (ଏସିଏସ୍‍ୟୁ)କୁ ବିସିସିଆଇ ନିର୍ଦେଶ ଦେଇଥିଲେ। ଇତିମଧ୍ୟରେ ଏସିଏସ୍‍ୟୁର ମୁଖ୍ୟ ନୀରଜ କୁମାର ତାଙ୍କ ରିପୋର୍ଟ ବିସିସିଆଇକୁ ପ୍ରଦାନ କରିଛି। ଏଥିରେ ସାମିଙ୍କ ବିରୋଧରେ ମ୍ୟାଚ୍‍ ଫିକ୍ସିଂର କୌଣସି ପ୍ରମାଣ ମିଳିନାହିଁ। ଫଳରେ ସାମିଙ୍କୁ ବିସିସିଆଇ ନିର୍ଦୋଷ ଘୋଷଣା କରିଛି। ତାଙ୍କୁ ‘ବି’ ଶ୍ରେଣୀର କେନ୍ଦ୍ରୀୟ ଚୁକ୍ତି ତାଲିକାରେ ମଧ୍ୟ ବିସିସିଆଇ ସାମିଲ କରିଛି। ଫଳରେ ସାମି ବାର୍ଷିକ ୩ କୋଟି ଟଙ୍କା ପାଇବେ।
ବିସିସିଆଇର ଏହି ନିଷ୍ପତ୍ତି ଯୋଗୁଁ ସାମିଙ୍କ କ୍ରିକେଟ ଜୀବନ ପ୍ରତି ସୃଷ୍ଟି ହୋଇଥିବା ଆଶଙ୍କା ଦୂର ହୋଇଯାଇଛି। ପୁଣି ସାମି ଦିଲ୍ଲୀ ଡେୟାରଡେଭିଲ୍‍ସ ପାଇଁ ଆସନ୍ତା ଆଇପିଏଲ୍‍ ଖେଳିପାରିବେ ବୋଲି ବୋର୍ଡ ଘୋଷଣା କରିଛି। ତାଙ୍କ ପତି ମହମ୍ମଦ ସାମି ପାକିସ୍ତାନର ଯୁବତୀ ଆଲିସ୍‍ବାଙ୍କ ଜରିଆରେ ଇଂଲଣ୍ଡ ବାସିନ୍ଦା ମହମ୍ମଦ ଭାଇଙ୍କଠାରୁ ଟଙ୍କା ନେଇ ମ୍ୟାଚ୍‍ ଫିକ୍ସିଂ କରୁଥିଲେ ବୋଲି ହସିନ୍‍ ଜାହାଁ ଗଣମାଧ୍ୟମରେ ଅଭିଯୋଗ କରିଥିଲେ। ସେହିଦିନ ବିସିସିଆଇ ତା’ର ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକା ଘୋଷଣା କରିଥିଲେ ହେଁ ସାମିଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ଥିବାରୁ ତାଙ୍କୁ ଏଥିରେ ସାମିଲ କରିନଥିଲା। ଗୁରୁବାର ସାମିଙ୍କ କ୍ରିକେଟ ଜୀବନ ପ୍ରତି ସୃଷ୍ଟି ହୋଇଥିବା ଆଶଙ୍କା ଦୂର ହୋଇଯାଇଛି। ସୂଚନାଯୋଗ୍ୟ; ପତ୍ନୀ ହସିନ୍‍ଙ୍କ ଅଭିଯୋଗ ଭିତ୍ତିରେ କଲକାତା ପୁଲିସ ସାମିଙ୍କ ବିରୋଧରେ ଏକ ମାମଲା ରୁଜୁକରିଛି। ତାଙ୍କ ବିରୋଧରେ ଘରୋଇ ହିଂସା, ହତ୍ୟା ଉଦ୍ୟମ, ଶାରୀରିକ ନିର୍ୟାତନା, ଅପରାଧିକ ଷଡ଼ଯନ୍ତ୍ର ପ୍ରଭୃତି ଦଫା ଲଗାଯାଇଛି। ସାମିଙ୍କ ବଡ଼ଭାଇ ନାମରେ ବଳାତ୍କାର ମାମଲା ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories