www.samajalive.in
Monday, December 15, 2025
15.1 C
Bhubaneswar

ଏଏସଆଇ ଅଧିକ୍ଷକଙ୍କ ନାମରେ ଏତଲା

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଆଇନ ମାମଲା। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ(ଏଏସଆଇ) ବିଭାଗ ଅଧିକ୍ଷକଙ୍କ ନାମରେ ଶ୍ରୀଲିଙ୍ଗରାଜ ଥାନାରେ ଏତଲା। କର୍ତ୍ତବ୍ୟରେ ତ୍ରୁଟି ଅଭିଯୋଗ କରି ଏତଲା ଦାଖଲ କଲା ଜଗନ୍ନାଥ ସେନା। କ’ଣ ପାଇଁ ପ୍ରତ୍ନତତ୍ତ୍ବ ବିଭାଗ କିଛି କାର୍ଯ୍ୟାନୁଷ୍ଠାନ ନେଉନାହିଁ ଏବଂ ବିନା ଅନୁମତିରେ କିଭଳି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ହେଲା ବୋଲି ଜଗନ୍ନାଥ ସେନା ପକ୍ଷରୁ ପ୍ରଶ୍ନ ଉଠାଯାଇଛି। କର୍ତ୍ତବ୍ୟ ତୁଲାଇ ନ ଥିବାରୁ ଅଧୀକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏତଲାରେ ଦାବି କରାଯାଇଛି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣର ଭୁବନେଶ୍ବର ସର୍କଲ କାର୍ଯ୍ୟାଳୟ ଲିଙ୍ଗରାଜ ମନ୍ଦିର ଅଧୀନରେ ରହୁଥିବାରୁ ଏଠାରେ ଏତଲା ଦାଖଲ କରାଯାଇଛି ବୋଲି ଜଗନ୍ନାଥ ସେନା ପକ୍ଷରୁ ସଫେଇ ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories