www.samajalive.in
Sunday, December 14, 2025
19.1 C
Bhubaneswar

ଶ୍ରୀ କୁଞ୍ଜବିହାରୀ ପାଠାଗାରର ବାର୍ଷିକଉତ୍ସବ ପାଳନ

ନବରଙ୍ଗପୁର: ସ୍ଥାନୀୟ ବୈଭବ କଲ୍ୟାଣ ମଣ୍ଡପରେ ଶ୍ରୀ ଶ୍ରୀ କୁଞ୍ଜବିହାରୀ ପାଠାଗାରର ପଞ୍ଚମ ବାର୍ଷିକ ଉତ୍ସବ ପାଳନ କରାଯାଇଛି। କବି ନାରାୟଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ସୁଦୂର ବରଗଡ଼ରୁ ଲେଖକ ବାଗ୍ମୀ ଓମ ପ୍ରକାଶ ଯୋଶୀ ଯୋଗଦାନ କରି ସମାଜରେ କବି, ଲେଖକମାନଙ୍କର ସମ୍ମାନ ରହିଥିବା କହିଥିଲେ । ତେବେ କବିମାନେ ଲେଖକ ହେବା ସଂଗେ ସଂଗେ ପାଠକ ହେବାକୁ କହିଥିଲେ। ମୁଖ୍ୟ ଅତିଥି ଭାବରେ ଵିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର ଉପସ୍ଥିତ ରହି ପାଠାଗାରଗୁଡିକ ସମାଜ ପାଇଁ ଦର୍ପଣ କହିବା ସହ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ କେବଳ ସରକାରଙ୍କର ନହୋଇ ଜନ ସାଧାରଣଙ୍କର ମଧ୍ୟ ହେବା ଉଚିତ ବୋଲି ବକ୍ତବ୍ୟ ରଖିଥିଲେ। ସମ୍ପାଦକ ରଜନୀ ପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ମାଟି ମାଆ ପାଇଁ ସାହିତ୍ୟ ମାଧ୍ୟମରେ, ସେବା ଦ୍ୱାରା ପାଣ୍ଡିତ୍ୟ କ୍ଷେତ୍ରରେ ସେବା ଯୋଗାଉ ଥିବା ବିଶିଷ୍ଟ ତିନି ଜଣ ପ୍ରତୀଭାଙ୍କୁ ‘ପାଠାଗାର ସମ୍ମାନ-୨୦୨୨’ ଦିଆଯାଇଥିଲା। ଏଥିରେ ସମାଜ ସେବୀ ବୈଦେହୀ ପଣ୍ଡା, ସାହିତ୍ୟିକ ଅଧ୍ୟାପକ ପରୀକ୍ଷିତ ସାହୁ ଏବଂ କୃଷ୍ଣ ବେଦ ଶାସ୍ତ୍ରବିତ ଆର. ନରସିଂହ ଶର୍ମା ନାନୀ ପନ୍ଥୁଲଙ୍କୁ ସମ୍ମାନିତ କରାଯାଇଥିଲା। ପାଠାଗ।ର ପାଇଁ ସାହାଯ୍ୟ କରିଥିବା ପାଞ୍ଚ ଜଣ ବଦାନ୍ୟ ବ୍ୟକ୍ତି ଡ଼ଃ . ରାଧାନାଥ ବେହେରା, ସୁବାଷ ବିଷୋୟୀ, ଭାରତୀ ବିଷୋୟୀ, ଜେମାମଣି ବିଷୋୟୀଙ୍କୁ ଉପଢୌକନ ସହିତ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ନାଟ୍ୟକାର ଜଗନ୍ନାଥ ବେହେରା।

ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ମିଶ୍ର, ଅଖିଳ ଭଟ, ଗୋପବନ୍ଧୁ ବିଷୋୟୀ କୁମୁଦ ପଟନାୟକ ସହଯୋଗ କରିଥଲେ। ଜାହ୍ନବୀ ପଣ୍ଡା, ବନ୍ଦିତା କରଙ୍କ ସଂଯୋଜନାରେ କବି ହରିହର ନାୟକ, ପର୍ଶୁରାମ ସାହୁ, ସିଦ୍ଧାର୍ଥ ଗୌତମ ଯୋଶୀ, ଦୁର୍ଗା ପ୍ରଧାନ, ପ୍ରଫୁଲ୍ଲ ପୁହଣ, ସୁରେଶ ମିଶ୍ର, ପ୍ରେମଚାନ୍ଦ ପଟନାୟକ, ରିନାରାଣୀ ସାହୁ, ଶାନ୍ତିଲତା ପଣ୍ଡା, ରଶ୍ମିତା ପ୍ରଧାନ, ଡ଼ ରଘୁନାଥ ଶତପଥୀ, ଅଶୋକ ପଟନାୟକ, ସରୋଜ ତ୍ରିପାଠୀ, ପ୍ରଭାତୀ ବିଷୋୟୀ , ହର ଦାସ, ପି ରବିକାନ୍ତ ରଘୁରାମ, ସଂଜୀବ ସିଂ ଉପସ୍ଥିତ ରହି କବିତା ପାଠ କରିଥିଲେ।

- Advertisement -

 

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories