www.samajalive.in
Monday, December 15, 2025
15.1 C
Bhubaneswar

‘ଜୀବଜଗତ ତିଷ୍ଠିରହିବାକୁ ହେଲେ ବୁଦ୍ଧଙ୍କ ଅହିଂସା ବାଣୀ ମାନବ ସମାଜପାଇଁ ଏକ ଆହ୍ୱାନ’

ବଡ଼ମ୍ବା: ମାଣିଆବନ୍ଧ ବୌଦ୍ଧ ସଂଘ, ଜିଲା ପ୍ରଶାସନ ତଥା ରାଜ୍ୟ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ବଡ଼ମ୍ବା ବ୍ଲକ ଅନ୍ତର୍ଗତ ମାଣିଆବନ୍ଧ ବୁଦ୍ଧ ବିହାର ପରିସରରେ ଦଶମ ବୁଦ୍ଧ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଯୁଦ୍ଧ, ହିଂସା, ଆତଙ୍କବାଦର ପନ୍ଥା ପରିତ୍ୟାଗ କରିବାସହ ଜୀବଜଗତକୁ ଏ ଧରାପୃଷ୍ଠରେ ତିଷ୍ଠି ରହିବାକୁ ହେଲେ ପରମ କାରୁଣିକ ବୁଦ୍ଧଦେବଙ୍କ ଅହିଂସା ବାଣୀ ଆଜିର ଦିନରେ ମାନବ ସମାଜ ଲାଗି ଏକ ଆହ୍ୱାନ ବୋଲି ଉତ୍ସବରେ ଯୋଗଦେଇଥିବା ଅତିଥିମାନେ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ବିଧାୟକ ଦେବୀପ୍ରସାଦ ମିଶ୍ର ମହୋତ୍ସବକୁ ଉଦଘାଟନ କରିଥିଲେ। ବୁଦ୍ଧ ସଂଘର ସଭାପତି ଅରକ୍ଷିତ ଦେବତାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଠଗଡ଼ ଉପଜିଲାପାଳ ହେମନ୍ତକୁମାର ସ୍ୱାଇଁ,ବଡ଼ମ୍ବା ତହସିଲଦାର ତପନକୁମାର ପରିଡ଼ା,ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଉପାଧ୍ୟକ୍ଷା ସ୍ୱର୍ଣ୍ଣଲତା ବେହେରା, ସାନବାରସିଂହ ପଞ୍ଚାୟତ ସରପଞ୍ଚ ସଦାନନ୍ଦ ସ୍ୱାଇଁ, ଜିଲାପରିଷଦ ସଦସ୍ୟ ରବୀନ୍ଦ୍ରକୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ। ମହୋତ୍ସବ କମିଟିର ସଭାପତି ଚକ୍ରଧର ଦଳେଇ,ମାଣିଆବନ୍ଧର ସରପଞ୍ଚରଶ୍ମିତା ସ୍ୱାଇଁ,ନିକଟସ୍ଥ ସନ୍ତରାବାଳୀ ସରପଞ୍ଚ ମୀତା ଜେନା,ମହୁଲିଆ ସରପଞ୍ଚ ପ୍ରଭାକର ପ୍ରଧାନ, ମାଣିଆବନ୍ଧ ସମିତିସଭ୍ୟା ମନସ୍ୱିନୀ ଜେନା, ମହୁଲିଆ ସମିତିସଭ୍ୟ ମନୋଜକୁମାର ନନ୍ଦ, ସନ୍ତରାବାଳୀ ସମିତିସଭ୍ୟ ବିଭୁତି ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ରାଜ୍ୟର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଶରତଚନ୍ଦ୍ର ବାରିକ ଓ ସାଥୀ କଳାକାର ଭଜନ ପରିବେଷଣ କରିଥିବା ବେଳେ କଟକର ଶିଳ୍ପୀକା ଏବଂ ଉଡ୍ର ଅନୁଷ୍ଠାନର କଳାକାରମାନେ ଓଡ଼ିଶୀ ତଥା ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ କରିଥିଲେ। ଉତ୍ସବ କମିଟିର ସମ୍ପାଦକ ଅଜିତପ୍ରସାଦ ଚୌଧୁରୀ ମହୋତ୍ସବ ସଂଯୋଜନା କରିବାସହ ପ୍ରାରମ୍ଭରେ ସମ୍ପାଦକ ବିବରଣୀ ପାଠ ଏବଂ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ। ୫ଦିନ ଧରି ଅନୁଷ୍ଠିତ ହେବାକୁଥିବା ଏହି ଉତ୍ସବ ଆସନ୍ତା ୧୮ତାରିଖରେ ସମ୍ପନ୍ନ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories