www.samajalive.in
Monday, December 15, 2025
14.1 C
Bhubaneswar

ଘୁନସର ବଜାରରେ ମାଓ ପୋଷ୍ଟର; ମେ’ ୨୦ରେ ରାଜ୍ୟ ବନ୍ଦ ପାଳନ ପାଇଁ ଆହ୍ୱାନ

ବଲାଙ୍ଗିର/ଖପ୍ରାଖୋଲ: ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ପୁଟୁକେଲଚୁଆ ଓ ଘୁନସର ମଝିରେ ଥିବା ବଜାର ପିଣ୍ଡିରେ ରବିବାର ମାଓ ପୋଷ୍ଟର ଦେଖିବାକୁ ମିଳିଛି। ବଜାରର ୨ଟି ଭିନ୍ନ ଭିନ୍ନ ସ୍ଥାନରେ ହିନ୍ଦୀ ଏବଂ ଓଡ଼ିଆ ଭାଷାରେ ଲିଖିତ ମାଓ ପୋଷ୍ଟର ଲାଗିଛି।

ରବିବାର ଘୁନସର ବଜାରକୁ ବ୍ୟବସାୟୀ ଓ ଲୋକେ ଆସିଥିବା ବେଳେ ମାଓବାଦୀମାନେ ମାରିଥିବା ପୋଷ୍ଟର ଦେଖିବାକୁ ପାଇଥିଲେ। ପୋଷ୍ଟରରେ ଓଡ଼ିଆ ଭାଷାରେ ପୁଲିସ ଦମନ ବିରୋଧରେ ଆସନ୍ତା ୨୦ ତାରିଖ ଦିନ ଓଡ଼ିଶା ବନ୍ଦ ଡାକରାକୁ ସଫଳ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଛି। ଏଥିସହିତ ଗତ ୨ ବର୍ଷ ମଧ୍ୟରେ ପୁଲିସ ବର୍ବରତାର ସହ ଗୁଳି କରି ୨୦ଜଣ ବିପ୍ଳବୀଙ୍କୁ ହତ୍ୟା କରିଥିବା ମାଓ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି। ଦେଶରେ ବ୍ରାହ୍ମଣବାଦ, ହିନ୍ଦୁତ୍ୱ, ଫାଶିବାଦ ସରକାର ଦ୍ୱାରା ଚଲାଯାଉଥିବା ଦମନ ଅଭିଯାନକୁ ବିରୋଧ କରନ୍ତୁ ବୋଲି ଲେଖା ହେବା ସହ କମ୍ରେଡ ରବୀନ୍ଦ୍ର, କମ୍ରେଡ ରୋହିତ ଅମର ରହେ ଲେଖା ହୋଇଛି। ଆଉ ଏହି ପୋଷ୍ଟର ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାଓ) ସଂଗଠନ ରାଜ୍ୟ କମିଟି ପକ୍ଷରୁ ଲଗାଯାଇଥିବା ଦାବି କରାଯାଇଛି। ସ୍ଥାନୀୟ ଲୋକେ ମାଓ ପୋଷ୍ଟରକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି। ଲାଠୋର ପୁଲିସ ସୂଚନା ପାଇ ପୋଷ୍ଟରକୁ ଜବତ କରିଛି। ସତ ସତିକା ମାଓବାଦୀ ନା ମାଓବାଦୀଙ୍କ ନାଁରେ ଲୋକଙ୍କ ଭିତରେ ଭୟ ସଞ୍ଚାର ପାଇଁ ଏଭଳି ହୀନ ପ୍ରୟାସ କରାଯାଇଛି ତାହାର ଖୋଳତାଡ ପୁଲିସ କରୁଛି।

- Advertisement -

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲାର ଖପ୍ରାଖୋଲ, ତୁରେକେଲା, ବେଲପଡ଼ା ଅଞ୍ଚଳରେ ବରଗଡ଼-ବଲାଙ୍ଗିର-ମହାସମୁନ୍ଦ ମାଓ ଡିଭିଜନ୍‍ ତାର ଗତିବିଧି ଜାରି ରଖିଥିବା ବେଳେ କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼ ମାଓ ଡିଭିଜନ୍‍ ବଲାଙ୍ଗିର ଜିଲାର ଗୁଡଭେଲା ବ୍ଲକ ସୀମାନ୍ତରେ ସେମାନଙ୍କ ଅଭିଯାନ ଚଳାଇଛନ୍ତି। ବର୍ତ୍ତମାନ ଖରା ଦିନ। ଜଙ୍ଗଲରେ ଆତ୍ମଗୋପନ କରିବା ମାଓବାଦୀଙ୍କ ପାଇଁ କଷ୍ଟକର ହେଉଛି। ପାନୀୟ ଜଳ ସହ ଖାଦ୍ୟ ସଂଗ୍ରହ ସମସ୍ୟା ହେଉଥିବାରୁ ମାଓ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ସେମାନେ ଚାଲି ଆସି ସୁରକ୍ଷିତ ଭାବେ ରହୁଛନ୍ତି। ତେବେ କିଛି ଦିନ ତଳେ ବଲାଙ୍ଗିର ପୁଲିସ ଓ ଏସ୍‍ଓଜି ଟିମ୍‍ ତୁରେକେଲା ବ୍ଲକ କଦଲୀପାଲି ନିକଟ ଛତ୍ରଦାଣ୍ଡି ଜଙ୍ଗଲରେ ମାଓ ଗତିବିଧି ସୂଚନା ପାଇ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ମାଓବାଦୀ-ପୁଲିସ ମୁହାଁ ମୁହିଁ ହୋଇଥିଲେ। ୧୦ ମିନିଟ୍‍ ଗୁଳି ଚାଳନା ଉଭୟ ପଟୁ ହୋଇଥିଲା। ମାଓବାଦୀମାନେ ବ୍ୟବହାର କରୁଥିବା ସାମଗ୍ରୀ ଜବତ କରାଯାଇଥିଲା। ତେବେ ମାଓ ସଂଗଠନକୁ ଶକ୍ତିଶାଳୀ କରିବା ସହ ମାଓ ପ୍ରଭାବିତ ଅଞ୍ଚଳରେ ପୁଣିଥରେ ସଂଗଠନ ସଦୃଢ କରିବା ଓ ସେମାନଙ୍କ ଦବଦବା ଜାହିର କରିବାକୁ ମାଓବାଦୀମାନେ ଉଦ୍ୟମ କରୁଛନ୍ତି। ବ୍ୟାନର ଲଗାଇ, ଗାଁଗୁଡ଼ିକୁ ପଇଁତରା ମାରି ସେମାନଙ୍କ ଉପସ୍ଥିତି ଜାହିର କରିବା ପ୍ରୟାସ ଆରମ୍ଭ କରିଥିବା ମାଓ ଗତିବିଧି ନେଇ ଅଭିଜ୍ଞମାନେ ମତ ଦେଉଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories