www.samajalive.in
Sunday, December 14, 2025
19.1 C
Bhubaneswar

ବିଦ୍ୟାଳୟ ଓ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଢ଼େଙ୍କାନାଳ: ରବିବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଜିଲ୍ଲା ସରାଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିଦର୍ଶନ କରିବା ସହ ଶିକ୍ଷାନୁଷ୍ଠାନକୁ ଜ୍ଞାନର ମନ୍ଦିର ତଥା ଗୁଣାତ୍ମକ ଶିକ୍ଷାର ପ୍ରୟୋଗଶାଳା କରିବା ପାଇଁ ସାମୂହିକ ସଙ୍କଳ୍ପ ନେବାକୁ ଆହ୍ୱାନ କରିଛନ୍ତି।
ଶ୍ରୀ ପ୍ରଧାନ ଜବାହର ନବୋଦୟ ବିଦ୍ୟାଳୟ ପରିଦର୍ଶନ କରିବା ସହ ଶିକ୍ଷାନୁଷ୍ଠାନର ଶ୍ରେଣୀଗୃହ, ପାଠାଗାର ଓ ଛାତ୍ରାବାସ ବୁଲି ଦେଖିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ପ୍ରଣୟନ ହୋଇଥିବା ଜାତୀୟ ଶିକ୍ଷା ନୀତି ୨୦୨୦ରେ ଗୁଣାତ୍ମକ ଶିକ୍ଷା ସହ ରୋଜଗାର ଆଧାରିତ ଶିକ୍ଷା ଉପରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀମାନେ ଶିକ୍ଷାଲାଭ ପରେ ଉଚ୍ଚ ଶିକ୍ଷା ପାଇଁ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ହୋଇ ସଫଳ ହେଉଥିବା ଜାଣିବାକୁ ପାଇବା ନେଇ ଖୁସିବ୍ୟକ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଦେଶ ଆଜି ଅମୃତ କାଳରେ ଉପନୀତ ହୋଇଛି। ଏହି ଅମୃତ ବେଳାରେ ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ବିଚାରଧାରାକୁ ଛାତ୍ରଛାତ୍ରୀମାନେ ଆପଣାଇବା ଦରକାର। ଏହାସହ ବିଦ୍ୟାଳୟ ଓ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଛାତ୍ରଛାତ୍ରୀମାନେ ଦାୟିତ୍ୱ ନେବା ଦରକାର। ଜୀବନର ମୁଖ୍ୟ ଉଦ୍ଦେଶ୍ୟକୁ ସଫଳ ଭାବେ ରୂପାୟନ କରିବା ଦରକାର। ଜବାହର ନବୋଦୟ ବିଦ୍ୟାଳୟ ଗ୍ରାମାଂଚଳର ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ପୃଷ୍ଠଭୂମିର ମେଧାବୀ ପିଲା ମାନଙ୍କୁ ଚୟନ କରି ସେମାନଙ୍କୁ ଶିକ୍ଷାଦାନର ଏକ ନୂଆ ପରମ୍ପରା ତିଆରି କରିଛି। ଏକବିଂଶ ଶତାବ୍ଦୀରେ ଏହି ଶିକ୍ଷାନୁଷ୍ଠାନକୁ ଜ୍ଞାନର ମନ୍ଦିର ତଥା ଗୁଣାତ୍ମକ ଶିକ୍ଷାର ପ୍ରୟୋଗଶାଳା କରିବା ପାଇଁ ବିଭିନ୍ନ ଯୋଜନା ହେଉଛି। ଆମ ସମସ୍ତଙ୍କୁ ଏଥିପାଇଁ ସାମୂହିକ ସଂକଳ୍ପ ନେବାକୁ ପଡ଼ିବ। ନୂଆପିଢିର ପିଲା ମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଆମ୍ଭ ସମସ୍ତଙ୍କର ଦାୟିତ୍ୱ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

 

- Advertisement -

ଏହି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନରହରିପୁର ବଙ୍ଗାଳିତୋଇଲା ସ୍ଥିତ ମଙ୍ଗଳା ମନ୍ଦିର ଓ ଶିବ ମନ୍ଦିର ଦର୍ଶନ କରିଥିଲେ। ଢ଼େଙ୍କାନାଳ ମାଟିର ବୀର ପୁତ୍ର ଶହୀଦ ବୀର ବାଜି ରାଉତଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମର ସର୍ବକନିଷ୍ଠ ସୈନିକ ବାଜି ରାଉତଙ୍କ ସାହସ, ବୀରତ୍ୱ ଏବଂ ବଳିଦାନ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଅନନ୍ତ ଉତ୍ସ ବୋଲି ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କୁ ଢ଼େଙ୍କାନାଳ, ପରଜଙ୍ଗ, ବଡ଼ଜୋରା, ସାନ୍ଦା, ତୁମୁସିଂହା, କନ୍ତିଓକାଟେଣୀ, ଚାନ୍ଦପୁର, ସରାଙ୍ଗ ଓ ନରହରିପୁର ସମେତ ଅନେକ ସ୍ଥାନରେ ବିଜେପି କାର୍ଯ୍ୟକର୍ତା ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସହ ସମ୍ବର୍ଦ୍ଧନା ଦିଆଯାଇଥିଲା।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories