www.samajalive.in
Sunday, December 14, 2025
19.1 C
Bhubaneswar

ଉଦ୍ଧବ ମହାରାଷ୍ଟ୍ର ପାଇଁ ବଡ଼ ବିପଦ: ନବନୀତ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମହାରାଷ୍ଟ୍ର ପାଇଁ ବଡ଼ ବିପଦ ଭାବେ ଉଭା ହୋଇଛନ୍ତି ବୋଲି ଅମରାବତୀର ସାଂସଦ ନବନୀତ ରାଣା କହିଛନ୍ତି । ଶନିବାର ନବନୀତ ଓ ତାଙ୍କ ସ୍ବାମୀ ରବି ରାଣା ଦିଲ୍ଲୀ କନଟପ୍ଲେସ୍‌ସ୍ଥିତ ମନ୍ଦିରରେ ହନୁମାନ ଚାଳିଶା ପାଠ କରିବା ପରେ ଗଣମାଧ୍ୟମକୁ ସମ୍ବୋଧନ କରି ଏପରି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ମହାରାଷ୍ଟ୍ରର ରିଷ୍ଟ ଖଣ୍ଡନ କରିବା ନିମନ୍ତେ ସେ ଏଠାରେ ହନୁମାନ ଚାଳିଶା ପାଠ କରିଛନ୍ତି। କ୍ଷମତା ହାସଲ ପାଇଁ ଶିବସେନା ନିଜର ହିନ୍ଦୁତ୍ବ ବିଚାରଧାରାକୁ ପଛରେ ପକାଇ ଦେଇଛି। କଂଗ୍ରେସ ଓ ଏନସିପି ସହିତ ହାତ ମିଳାଇ ଉଦ୍ଧବ ତାଙ୍କ ପିତା ବାଲାସାହେବ ଠାକରେଙ୍କ ନୀତିକୁ ଭୁଲି ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ବାସଭବନ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବାକୁ ଘୋଷଣା କରି ରାଣା ଦମ୍ପତି ବିବାଦରେ ପଡିଥିଲେ। ଏଥିପାଇଁ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ସହ ଗିରଫ କରାଯାଇଥିଲା। ୧୨ଦିନ ଜେଲ୍‌ରେ ରହିବା ପରେ ସ୍ବାମୀ-ସ୍ତ୍ରୀ ଜାମିନରେ ବାହାରିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories