www.samajalive.in
Sunday, December 14, 2025
26.1 C
Bhubaneswar

ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ କରୋନା

ୱେଲିଙ୍ଗଟନ୍‌: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆଡ୍ରେନ୍ କରୋନା ସଂକ୍ରମିତ ହୋଇଛନ୍ତି। ଏ ସଂପର୍କରେ ଶନିବାର ଜାସିଣ୍ଡା ସୂଚନା ଦେବା ସହ ସାମାଜିକ ଗଣମାଧ୍ୟମରେ କୋଭିଡ୍‌ ପରୀକ୍ଷା ରିପୋର୍ଟର ଫଟୋ ଛାଡ଼ିଛନ୍ତି। ସଂପୂର୍ଣ୍ଣ ଟିକା ନେଇ ମଧ୍ୟ କରୋନା ସଂକ୍ରମିତ ହେବା ଯୋଗୁଁ ନିରାଶ ଥିବା ଜାସିଣ୍ଡା ଦର୍ଶାଇଛନ୍ତି। ବିଶେଷ କରି ଆଗାମୀ ସପ୍ତାହରେ ଅନେକ ରାଜନୈତିକ କାର୍ଯ୍ୟକ୍ରମ ରହିଥିବାବେଳେ କରୋନା ସଂକ୍ରମିତ ହୋଇଥିବାରୁ ସେ ଏଥିରୁ ବାଦ୍‌ ପଡ଼ିବେ ବୋଲି ଜାସିଣ୍ଡା ଜଣାଇଛନ୍ତି। ଆସନ୍ତା ସପ୍ତାହରେ ନ୍ୟୁଜିଲାଣ୍ଡର ବାର୍ଷିକ ବଜେଟ୍‌ ଉପସ୍ଥାପିତ ହେବାକୁ ଥିବା ବେଳେ ତାପମାତ୍ର ବୃଦ୍ଧି ହ୍ରାସକୁ ନେଇ ସରକାର କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି।

ଜାସିଣ୍ଡାଙ୍କ ପୁରୁଷ ବନ୍ଧୁ କ୍ଲାକ୍‌ ଗେଫୋର୍ଡ ପୂର୍ବରୁ କରୋନା ସଂକ୍ରମିତ ହୋଇଥିବାରୁ ସରକାରୀ ନିୟମ ଅନୁଯାୟୀ ଗତ ରବିବାରରୁ ଜାସିଣ୍ଡା ୱେଲିଙ୍ଗଟନସ୍ଥିତ ନିଜ ବାସଭବନରେ ସଙ୍ଗରୋଧରେ ରହିଛନ୍ତି। ତାଙ୍କର ୩ ବର୍ଷିୟା ଝିଅ ନିଭ୍ କରୋନା ସଂକ୍ରମିତ ହୋଇଥିବା ଗତ ବୁଧବାର ଜଣାପଡ଼ିଥିଲା। ଶୁକ୍ରବାରରୁ ଜେସିଣ୍ଡାଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। କୋଭିଡ୍‌ ପରୀକ୍ଷା କରାଯିବା ପରେ ଜାସିଣ୍ଡା କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲା।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories