www.samajalive.in
Sunday, December 14, 2025
17.1 C
Bhubaneswar

କେରଳରେ ଓଡ଼ିଆ ଶ୍ରମିକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ମୋହନା: କେରଳରେ ଓଡ଼ିଆ ଶ୍ରମିକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ। ମୃତକ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରିର ସନ୍ତୋଷ ସଭାନାୟକ। ଗତ ୫ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଓଡିଶା ମୋ ପରିବାର ସହାୟତାରେ ଦୁର୍ଘଟଣାର ୯ ଦିନ ପରେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କର ମୃତ ଦେହ ପହଞ୍ଚିଛି ଚନ୍ଦ୍ରଗିରିରେ l ମୃତ ଦେହ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଚନ୍ଦ୍ରଗିରି ଜିଲ୍ଲା ପରିଷଦ ସଭ୍ୟ ସୁନିଲ କୁମାର ବିଷୋୟୀ, ସାଂସଦ ପ୍ରତିନିଧି ଭାସ୍କର ସାହୁ, ବରିଷ୍ଠ ବିଜେଡି ନେତ୍ରୀ ନର୍ମଦା ଦଳାଇ ଓ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିପ୍ର ବଳିଆର ସିଂ ପ୍ରମୁଖ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l ମିଳିଥିବା ସୂଚନା ପ୍ରକାରେ ଚନ୍ଦ୍ରଗିରିର ସନ୍ତୋଷ ପ୍ରାୟ ୧୫ ବର୍ଷ ହେଲା କେରଳରେ ଦାଦନ ଖଟି ପରିବାର ଚଳାଉଥିଲେ l ତେବେ ସେ ଗାଁକୁ ଆସି ପୁଣି ଗତ ୧ ତାରିଖରେ କେରଳ ଯାଇଥିଲେ l ସେଠାରେ ଏକ ହୋଟେଲରେ କାମ କରୁଥିଲେ l ତେବେ ଗତ ୫ ତାରିଖରେ ସନ୍ତୋଷଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ କେରଳ ପୁଲିସ ପକ୍ଷରୁ ତାଙ୍କ ପରିବାର ପାଖକୁ ଖବର ଆସିଥିଲା ବୋଲି ତାଙ୍କ ଭାଇ ଅକ୍ଷୟ କହିଛନ୍ତି। ତାଙ୍କ ପରିବାର ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ ମୃତ ଦେହ କିଭଳି ଘରେ ପହଞ୍ଚିବ ସେଥିପାଇଁ ପରିବାର ଲୋକେ ଚିନ୍ତାରେ ଥିଲେ l ଏହି ଖବର ପରିବାର ଲୋକେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ସୁନିଲ କୁମାର ବିଷୋୟୀଙ୍କୁ ଜଣାଇବା ପରେ ସେ ମୋହନା ବିଡ଼ିଓ ତପସ୍ଵିନୀ ହାଁସଦା ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ l ତାଙ୍କର ପ୍ରଚେଷ୍ଟାରେ ଓଡିଶା ମୋ ପରିବାର ସହାୟତାରେ ମୃତ ଦେହ କେରଳରୁ ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା l ସେଠାରୁ ଆମ୍ବୁଲାନ୍ସ ଯୋଗେ ଶୁକ୍ରବାର ସନ୍ଧ୍ୟାରେ ମୃତ ଦେହ ପହଞ୍ଚିଥିଲା ଚନ୍ଦ୍ରଗିରିରେ ଓ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories