www.samajalive.in
Sunday, December 14, 2025
16.1 C
Bhubaneswar

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ -ପୂର୍ବ ଜନ ସୂଚନା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ

ବଲାଙ୍ଗିର :ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଜନ ସୂଚନା ଅଧିକାରୀଙ୍କୁ ରତ୍ନ ଭଣ୍ଡାର ଚାବି, ନବ କଳେବର ବିଶୃଙ୍ଖଳା ଇତ୍ୟାଦିକୁ ନେଇ ଗତ ୧୧ ଜୁନ ୨୦୧୮ ମସିହାରେ ଜଣାଶୁଣା ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା କେତେକ ତଥ୍ୟ ମାଗିଥିଲେ । କିନ୍ତୁ ତତ୍କାଳୀନ ଜନ ସୂଚନା ଅଧିକାରୀ ବିଭିନ୍ନ ଆଳ ଦେଖାଇ ପଣ୍ଡାଙ୍କୁ ତଥ୍ୟ ପ୍ରଦାନ କରି ନଥିଲେ । ସୂଚନା ଅଧିକାର କର୍ମୀ ଶ୍ରୀ ପଣ୍ଡା ଏହାକୁ ନେଇ ରାଜ୍ୟ ସୂଚନା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ପଣ୍ଡାଙ୍କ ଆବଦେନକୁ ସୂଚନା କମିଶନ ବିଚାର କରି ଗତ ୧୯ ଅପ୍ରେଲ ଦିନ ପ୍ରଦାନ କରିଥିବା ଅନ୍ତରୀଣ ଆଦେଶରେ ଶ୍ରୀ ଜଗନ୍ନାଥ ମନ୍ଦିର ପୂର୍ବ ଜନ ସୂଚନା ଅଧିକାରୀ ଏସ୍‌.କେ. ଚାଟାର୍ଜୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

ଶ୍ରୀ ଚାଟାର୍ଜୀ ପ୍ରାଥମିକ ଭାବେ ସୂଚନା ଅଧିକାର ଆଇନର ଉଲଂଘନ କରିଥିବା କଥା ସୂଚନା କମିଶନ ଏସ୍‌.କେ.ସ୍ୱାଇଁ ତାଙ୍କ ଆଦେଶରେ ପ୍ରକାଶ କରିବା ସହ ତତ୍କାଳୀନ ଜନ ସୂଚନା ଅଧିକାରୀ ଚାଟାର୍ଜୀଙ୍କୁ ସୂଚନା ଅଧିକାର ଆଇନର ୨୦ ଧାରା ଅନୁଯାୟୀ କହିଁକି ଅର୍ଥ ଦଣ୍ଡରେ ଦଣ୍ଡିତ କରା ନଯିବ ଏହାର ଉତ୍ତର ଦେବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିସହିତ ଆଗାମୀ ମେ ୨୩ ତାରିଖ ଦିନ ମାମଲାର ଚୂଡାନ୍ତ ଶୁଣାଣି ହେବ ବୋଲି ଜଣାପଡିଛି । ଶ୍ରୀଜଗନ୍ନାଥ ମନ୍ଦିର ସହ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ଜଡିତ ରହିଥିବା କାରଣରୁ ମନ୍ଦିର ପରିଚାଳନାରେ ଘଟୁଥିବା ବିଭିନ୍ନ କାର୍ଯ୍ୟକ୍ରମ ସହ ବିଶୃଙ୍ଖଳା ଓ ବିଭ୍ରାଟ ସମ୍ପର୍କିତ ବିଭିନ୍ନ ତଥ୍ୟକୁ ଜାଣିବା ପାଇଁ ସମସ୍ତେ ଉତ୍ସୁକ । ତେବେ ମନ୍ଦିର ପ୍ରଶାସନ ସୂଚନା ଅଧିକାର ଆଇନର ଆବେଦନଗୁଡିକୁ ବିଭିନ୍ନ ସମୟରେ ଅବହେଳା କରୁଥିବା ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories