ପାଣିପାଇପ୍‌ ଫିଟିଙ୍ଗ୍‌ରେ ୩୨କୋଟିର ସୁନା – ଦିଲ୍ଲୀ ଏୟାର କାର୍ଗୋରୁ ୬୧.୫ କିଲୋଗ୍ରାମ ସୁନା ଜବତ

ନୂଆଦିଲ୍ଲୀ – ସୁନା ଚୋରା ଚାଲାଣର ନୂଆ ଉପାୟ । ପୂର୍ବରୁ ସୁନା ଚୋରା ଚାଲଣ କରୁଥିବା ବ୍ୟକ୍ତିମାନେ ବିଭିନ୍ନ ଅଭିନବ ଉପାୟରେ ସୁନା ଚୋରା ଚାଲଣ କରୁଥିଲେ। କେତେବେଳେ ବିମାନରେ ଆସୁଥିବା ଲୋକଙ୍କୁ କ୍ଷୁଦ୍ରାନ୍ତରୁ ତ କେତେବେଳେ ତରଳ ସୁନା ଜବତ ହେଉଥିଲା । ଏବେ ଦିଲ୍ଲୀରୁ ବିମାନରେ ଆସିଥିବା ଏକ ଏୟାର କାର୍ଗୋରୁ ୬୧.୫ କିଲୋ ସୁନା ଜବତ ହୋଇଛି ।

prayash

ଚୀନ୍‌ର ଗୁଆଙ୍ଗଝୋଓରୁ ପାଣି ପାଇପ୍‌ ଫିଟିଙ୍ଗ୍‌ର ଏୟାର କାର୍ଗୋ ଆସିଥିଲା । ଡାଇରେକ୍ଟୋରେଟ୍‌ ଅଫ୍‌ ରେଭେନ୍ୟ ଇଣ୍ଟିଲିଜେନ୍ସିକୁ କାର୍ଗୋରେ ସୁନା ଚୋରା ଚାଲଣ ହେବା କଥା ସୂଚନା ମିଳିଥିଲା । ତଦନ୍ତ ବଲେ ପାଣିପାଇବ୍‌ର ଏଲ୍‌ ଟାଇପ୍‌ ଭାଲ୍ଭ୍‌ ଏବଂ ପେଚରେ ସୁନା ଥିବା କଥା ଜଣା ପଡିଥିଲା ।

ଜବତ ସୁନାର ପରିମାଣ ୬୧.୫ କିଲୋଗ୍ରାମ । ଏହାର ମୂଲ୍ୟ ୩୨.୫ କୋଟିଟଙ୍କା ।ଏହା ୯୯ ପ୍ରତିଶତ ଶୁଦ୍ଧ ସୁନା ।

kalyan agarbati

Comments are closed.