www.samajalive.in
Sunday, December 14, 2025
23.1 C
Bhubaneswar

ଆସିକା ପୂର୍ବତନ ବିଧାୟକ ସରୋଜ ପାଢ଼ୀ ନିଖୋଜ, ଥାନାରେ ଏତଲାଦେଲେ ପୁଅ

ଭୁବନେଶ୍ବର: ଆସିକା ପୂର୍ବତନ ବିଧାୟକ ସରୋଜ କୁମାର ପାଢ଼ୀ ନିଖୋଜ ହୋଇଥିବା ସୂଚନା ମିଳିଛି। ମେ’ ୧୨ରୁ ବାପା ସରୋଜ କୁମାର ପାଢ଼ୀ ନିଖୋଜ ଥିବା ନେଇ ପୁଅ ସଙ୍ଗୀତ ପାଢ଼ୀ ଥାନାରେ ଏତଲା ଦେଇଛନ୍ତି। ପୁଅ ସଙ୍ଗୀତ ପାଢ଼ୀ କହିଛନ୍ତି ଯେ ବାପା ସରୋଜ ପାଢ଼ୀ ଗତକାଲି ସକାଳ ସାଢ଼େ ୮ଟାରେ ଘରୁ ଯାଇ ଆଉ ଫେରିନାହାନ୍ତି। ସାଙ୍ଗରେ ମୋବାଇଲ ଫୋନ ନେଇଥିଲେ ବି ତାହା ସ୍ବିଚଅଫ ରହିଛି। ତାଙ୍କ ନିକଟକୁ ଅନେକ କଲ ଆସୁଥିଲା ଏବଂ ତାହାକୁ ନେଇ ବାପା ବିରକ୍ତି ପ୍ରକାଶ କରୁଥିଲେ। ବାପା ଘରୁ ଯିବା ପରେ ତାଙ୍କ ସହ ଯୋଗାଯୋଗ ହୋଇନ ପାରିବାରୁ ତାଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି। ବିଭିନ୍ନ ସମ୍ପର୍କୀୟଙ୍କ ଘରେ ଖୋଜାଖୋଜି କରିଥିଲେ ବି ତାଙ୍କର କୌଣସି ପତ୍ତା ମିଳିନାହିଁ। ତାଙ୍କର ଖୋଜଖବର ଜାଣିବା ପାଇଁ ଥାନାରେ ଏତଲା ଦେଇଛି।

ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବତନ ବିଧାୟକ ସରୋଜ କୁମାର ପାଢ଼ୀ ଗତ ୧୨ ତାରିଖରେ ଭୁବନେଶ୍ବର ୟୁନିଟ ୬ ଘରୁ ଯାଇ ଆଉ ଫେରି ନାହାନ୍ତି। ୨୦୦୪ରେ ସ୍ବାଧୀନ ଟିକଟରେ ଆସିକାରୁ ଜିତିଥିଲେ ସରୋଜ କୁମାର ପାଢ଼ୀ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories