www.samajalive.in
Monday, December 15, 2025
16.1 C
Bhubaneswar

ଢେଙ୍କିକୋଟ ଜୋନରେ ଜିଲ୍ଲା ପରିଷଦ ନିର୍ବାଚନ, ତ୍ରିମୁଖୀ ଲଢେଇ ପାଇଁ କ୍ଷେତ୍ର ପ୍ରସ୍ତୁତ

ପାଟଣା: କେନ୍ଦୁଝର ଜିଲ୍ଲାର ୮ ନଂ ଜୋନ ଘଟଗାଁ ଢେଙ୍କିକୋଟ ଅଞ୍ଚଳରେ ମଇ ୨୭ରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଏହି ଜୋନରେ ତିନି ପ୍ରମୁଖ ଦଳକୁ ନେଇ ତ୍ରିମୁଖୀ ଲଢେଇ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଗଲାଣି। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଶାସକ ବିଜୁ ଜନତା ଦଳ ପକ୍ଷରୁ ପୁର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଏବଂ ତାଙ୍କ ପୁତ୍ର ଘଷିପୁରା ବ୍ଲକର ପୁର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର ଗତ କିଛିଦିନ ହେଲା ଢେଙ୍କିକୋଟ ଜୋନର ବିଭିନ୍ନ ପଞ୍ଚାୟତରେ ଦଳୀୟ ପ୍ରାର୍ଥୀ ରଣଜିତ ନାୟକଙ୍କୁ ଧରି ଘରକୁ ଘର ପ୍ରଚାର ଅଭିଯାନକୁ ଆଗେଇ ନେଉଥିବା ଜଣାପଡ଼ିଛି। ଗତ ପଂଚାୟତିରାଜ ନିର୍ବାଚନରେ ବିଜୁ ଜନତା ଦଳ ର ପ୍ରାର୍ଥୀ ଅନାଦି ଚରଣ ସିଂ ଙ୍କ ଅକାଳ ବିୟୋଗ ଘଟିବାରୁ ପ୍ରଥମ ଥର ପାଇଁ ଏହି ଜୋନରେ ଉପନିର୍ବାଚନ ହେଉଛି।

ପୂର୍ବରୁ କଂଗ୍ରେସର ପ୍ରାର୍ଥୀ ଭାବେ ଅବସର ପ୍ରାପ୍ତ ପୁଲିସ ଅଧିକାରୀ ଭୋଳବେଡା ଗ୍ରାମର ଦୟାନିଧି ନାୟକ ଏବଂ କାଶିବେଡା ଗ୍ରାମର ବିଜେପି ପ୍ରାର୍ଥୀ ଭାବେ ବିଏସଏନଏଲର ଅବସର ପ୍ରାପ୍ତ ଅଧିକାରୀ ମହେଶ୍ଵର ନାୟକଙ୍କ ପ୍ରାର୍ଥୀପତ୍ର କାଏମ ଥିବାବେଳେ ଉପନିର୍ବାଚନ ନାମାଙ୍କନ ପକ୍ରିୟାରେ ଏକମାତ୍ର ପ୍ରାର୍ଥୀ ଭାବେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ବିହାର ରେଜିମେଣ୍ଟରୁ ଅବସର ନେଇଥିବା ସlନ୍ତରପୁର ଗ୍ରାମର ଯୁବନେତା ରଣଜିତ ନାୟକ ନାମାଙ୍କନ ଦାଖଲ କରିଥିବାରୁ ଏଠାରେ ବିଜେଡି, ବିଜେପି ଓ କଂଗ୍ରେସକୁ ନେଇ ତ୍ରିମୁଖି ଲଢେଇ ପାଇଁ କ୍ଷେତ୍ର ପ୍ରସ୍ତୁତ ହେଉଛି। ବିଜୁ ଜନତା ଦଳ ପ୍ରଚାରରେ ଆଗୁଆ ଥିବାବେଳ ବିଜେପି ଦଳ ପ୍ରଚାର ଆରମ୍ଭ କରିଛି। କଂଗ୍ରେସ ପକ୍ଷର ଶୁକ୍ରବାର ଠାରୁ ପ୍ରଚାର ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି। ଢେଙ୍କିକୋଟ ଜୋନର ୧୦ଟି ପଞ୍ଚାୟତରେ ମୋଟ ୩୨ହଜାର ୮୯୭ ଜଣ ଭୋଟର ଥିବାବେଳେ ଆସନ୍ତା ସପ୍ତାହ ବେଳକୁ ପ୍ରଚାର ଜମିବା ଆଶା କରାଯାଉଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories