www.samajalive.in
Sunday, December 14, 2025
19.1 C
Bhubaneswar

ସାମ୍ଭାବ୍ୟ ବାତ୍ୟା ଅସାନି ନେଇ ଦୁଇଦିନ ଗଞ୍ଜାମ ଜିଲ୍ଲାର ସମସ୍ତ ବେଳାଭୂମିକୁ ପ୍ରବେଶ ମନା

ଗୋପାଳପୁର: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରିୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅସାନି ଭୟଙ୍କର ସାମୁଦ୍ରିକ ଝଡରେ ପରିଣତ ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଘଣ୍ଟା ପ୍ରତି ୧୨ ରୁ ୧୬ କିମି ବେଗରେ ଗତି କରୁଥିବା ବେଳେ ଅପରାହ୍ନ ସାଢେ଼ ୫ଟା ସୁଦ୍ଧା ଗୋପାଳପୁର ଠାରୁ ୩୯୦ କିଲୋମିଟର ଦୂରରେ ରହିଥିବା ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଅନ୍ୟ ପଟେ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଠାରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଥିବା ସମସ୍ତ ବେଳାଭୂମିକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି।

ଏହା ସହ ଅପରାହ୍ନରେ ଗୋଳନ୍ଥରା ଓ ଗୋପାଳପୁର ପୁଲିସ ପକ୍ଷରୁ ଉଭୟ ଥାନା ଅଧୀନରେ ଆସୁଥିବା ସମୁଦ୍ର କୂଳିଆ ଗାଁ ମାର୍କଣ୍ଡି, ଗାରମପେଟା, ସୁନାପୁର ସମେତ ଗୋପାଳପୁର, ନୂଆ ବକ୍ସିପଲ୍ଲୀ, ନୂଆ ଗୋଳାବନ୍ଧ ଆଦି ସ୍ଥାନରେ ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କୁ ବାତ୍ୟା ସମୟରେ ସତର୍କତା ଅବଲମ୍ବନ କରିବା ସହ ଅଧିକ ଜୋରରେ ପବନ‌ ବହିଲେ ସୁରକ୍ଷିତ ତଥା ଚିହ୍ନଟ କରାଯାଇଥିବା ବାତ୍ୟା ଆଶ୍ରୟସ୍ଥଳୀ ସମେତ ବିଦ୍ୟାଳୟ କୋଠାକୁ ସ୍ଥାନାନ୍ତରିତ ହେବାକୁ ମାଇକ ଯୋଗେ ସଚେତନତା ସୃଷ୍ଟି କରାଯାଇଥିଲା। ଏଥିରେ ଉଭୟ ଥାନାର ପୁଲିସ ସାମିଲ ରହିଥିଲେ।

- Advertisement -

ଏହା ସହ ରଙ୍ଗେଇଲୁଣ୍ଡା ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ବାତ୍ୟା ଅସାନି ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବ୍ଲକ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ସୂଚନା ଦେଇଛନ୍ତି। ବ୍ଲକ ଅଧିନରେ ରହିଥିବା ୩୨ଟି ପଞ୍ଚାୟତରେ କଚାଘରମାନଙ୍କର ରହୁଥିବା ୪୭୮ ଲୋକଙ୍କୁ ନିକଟରେ ରହିଥିବା ‌‌‌‌‌‌‌‌‌‌‌‌‌‌‌‌‌‌ବିଦ୍ୟାଳୟ ଓ‌ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯିବାକୁ ଚିହ୍ନଟ କରାଯାଇଛି। ଏହା ସହ ବିଭିନ୍ନ ପଞ୍ଚାୟତରେ ଥିବା ୯ଟି ବାତ୍ୟା ଆଶ୍ରୟସ୍ଥଳୀ ଓ‌ ୪୨ଟି ବିଦ୍ୟାଳୟକୁ ଆଶ୍ରୟସ୍ଥଳୀ ଭାବେ ଚିହ୍ନଟ କରାଯିବା ସହ ସେଗୁଡିକୁ ପ୍ରସ୍ତୁତ ରଖାଯାଇ ସେଠାରେ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ବଣ୍ଟନ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ପ୍ରକାଶ କରିଛନ୍ତି।ଏହା ସହ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବା ଏବଂ ସେମାନଙ୍କ ଡଙ୍ଗା ଓ ଜାଲ ସହ ଅନ୍ୟାନ୍ୟ ସାମଗ୍ରୀଗୁଡିକୁ ସୁରକ୍ଷିତ ଭାବେ ରଖିବାକୁ କୁହାଯାଇଥିବା ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି।

ଗୋପାଳପୁର ଏନଏସି ପକ୍ଷରୁ ମଧ୍ୟ ସମ୍ଭାବ୍ୟ ବାତ୍ୟା ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ତ୍ରିନାଥ ବେହେରା ସୂଚନା ଦେଇଛନ୍ତି। ଗୋପାଳପୁରରେ ଥିବା ଗୋଟିଏ ବାତ୍ୟା ଆଶ୍ରୟସ୍ଥଳୀ ସମେତ ଶିଶୁ ମନ୍ଦିର ଓ ବସଷ୍ଟାଣ୍ଡକୁ ଆଶ୍ରୟସ୍ଥଳୀ ଭାବରେ ଚିହ୍ନଟ କରାଯାଇ ସମସ୍ତ ପ୍ରସ୍ତୁତି କରାଯାଇଛି। ଏହା ସହ କଚା ଘରେ ରହୁଥିବା ୨୫ ଲୋକଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଅଧିକ ବର୍ଷା ହେଲେ ସେମାନଙ୍କୁ ନିକଟବର୍ତ୍ତୀ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ପାଇଁ ପ୍ରସ୍ତୁତି ସରିଥିବା ପ୍ରକାଶ କରିଥିଲେ। ପ୍ରଶାସନ ପକ୍ଷରୁ ଗୋପାଳପୁର ବେଳାଭୂମିକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ରୋକ ଲଗାଇଥିଲେ ମଧ୍ୟ ଅପରାହ୍ନ ସମୟରେ ଗୋପାଳପୁର ଓ ଆଖପାଖ ଅଞ୍ଚଳର ଅନେକ ଲୋକ ବେଳାଭୂମିରେ ପହଞ୍ଚି ସମୁଦ୍ର ବୁଲିବାର ମଜା ନେଇଥିବା ଦେଖିବାକୁ ମିଳିଥିଲ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories