www.samajalive.in
Sunday, December 7, 2025
26.1 C
Bhubaneswar

ଭାଗ୍ୟଶାଳୀ ମହିଳାଙ୍କ ପାପୁଲିରେ ଏହି ଚିହ୍ନ ଥାଏ

ହସ୍ତରେଖା ଶାସ୍ତ୍ର ଅନୁସାରେ ହାତର ପାପୁଲିରେ କିଛି ବିଶେଷ ଚିହ୍ନ ରହିଥାଏ। ଯାହାଦ୍ୱାରା ମନୁଷ୍ୟର ଭବିଷ୍ୟତ ସମ୍ବନ୍ଧରେ ଜାଣି ହୋଇଥାଏ। ଏହି ସମସ୍ତ ଚିହ୍ନ ଦ୍ୱାରା ଭଲ ଓ ଖରାପ ଉଭୟ ବିଷୟରେ ସଙ୍କେତ ଦେଇଥାଏ। ହସ୍ତରେଖାରେ ବିଶେଷ କରି ମହିଳାମାନଙ୍କ ହାତ ପାପୁଲିରେ ଥିବା ଚିହ୍ନକୁ ବିଶେଷ ଧ୍ୟାନ ଦିଆଯାଇଥାଏ। ଭାଗ୍ୟଶାଳୀ ମହିଳାମାନଙ୍କ ପାପୁଲିରେ କିଛି ଶୁଭ ଚିହ୍ନ ରହିଥାଏ। ଯାହାର ପ୍ରଭାବରେ ଧନ ଲାଭ, ସୁଖ ଓ ସମ୍ପତ୍ତି ପ୍ରାପ୍ତି ହୋଇଥାଏ। ଏପରି ଚିହ୍ନ ବହୁତ କମ୍‍ ମହିଳାମାନଙ୍କ ହାତ ପାପୁଲିରେ ରହିଥାଏ।
ଆସନ୍ତୁ ଜାଣିବା ଭାଗ୍ୟଶାଳୀ ମହିଳାମାନଙ୍କ ହାତ ପାପୁଲିରେ କିପରି ଚିହ୍ନ ରହିଥାଏ ..କୌଣସି ସ୍ତ୍ରୀ ଲୋକଙ୍କ ହାତ ପାପୁଲିରେ ପଦ୍ମ କିମ୍ବା ମାଛ ପରି ଚିହ୍ନ ରହିଥାଏ ତେବେ, ତାଙ୍କୁ ଜୀବନରେ ସମସ୍ତ ସୁଖ ଓ ସୁବିଧା ମିଳିଥାଏ।
ଯଦି କୌଣସି ସ୍ତ୍ରୀ ଲୋକଙ୍କ ପାପୁଲିରେ ରଥ ପରି ଚିହ୍ନ ରହିଥାଏ ତେବେ ତାଙ୍କ ଜୀବନସାଥି ଜଣେ ଉଚ୍ଚ ପଦାଧିକାରୀ ହୋଇଥାନ୍ତି।
ମହିଳାଙ୍କ ଡାହାଣ ପାପୁଲିରେ ତରାଜୁ ଏବଂ ବାମ ହାତରେ ହାତୀର ଚିହ୍ନ ରହିଥାଏ ତେବେ ତାଙ୍କ ଜୀବନସାଥି ଜଣେ ବଡ ବ୍ୟବସାୟୀ ହୋଇଥାନ୍ତି।ଯେକୌଣସି ସ୍ତ୍ରୀଙ୍କ ପାପୁଲିରେ ଶଙ୍ଖ, ଚକ୍ର କିମ୍ବା ପଦ୍ମ ଚିହ୍ମ ରହିଥାଏ ତେବେ ତାଙ୍କ ପୁତ୍ର ଜଣେ ଉଚ୍ଚ ପଦାଧିକାରୀ ହୋଇଥାନ୍ତି। ଏବଂ ପୁତ୍ରକୁ ଜୀବନରେ ସମସ୍ତ ସୁଖ ଓ ସୁବିଧା ମିଳିଥାଏ।
ଯେଉଁ ମହିଳାଙ୍କ ପାପୁଲିରେ ଗୋଲାପ କିମ୍ବା ସ୍ୱସ୍ତିକ ଚିହ୍ନ ରହିଥାଏ ତାଙ୍କର କେବେ ବି ଟଙ୍କାପଇସାର ଅଭାବ ରହି ନଥାଏ।
ଯେଉଁ ସ୍ତ୍ରୀଙ୍କ ହାତର ପାପୁଲିରେ ତ୍ରିଭୁଜ କିମ୍ବା ଧନୁତୀର ପରି ଚିହ୍ନ ରହିଥାଏ ସେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏପରି ମହିଳାଙ୍କୁ ଜୀବନରେ ସମସ୍ତ ସୁଖ ପ୍ରାପ୍ତି ହୋଇଥାଏ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories