ପାତ୍ରସାହି ରାସ୍ତା ଓ ଡ୍ରେନ୍ ନିର୍ମଣ ପାଇଁ ହେବ ଉଚ୍ଛେଦ; ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ
ମୋହନା: ଗଜପତି ଜିଲ୍ଲା ମୋହନା ପାତ୍ରସାହିରେ ଜବରଦଖଲ ଉଚ୍ଛେଦ ପାଇଁ ରାସ୍ତା ଚିହ୍ନଟ କରାଯାଇଛି । ପାତ୍ରସାହି ରାସ୍ତା ପ୍ରଶସ୍ତିକରଣ ସହ ରାସ୍ତା ଓ ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ ପାଇଁ ଆଜି ରାଜସ୍ୱ କର୍ମଚାରୀ ସ୍ଥାନୀୟ ଜନ ପ୍ରତିନିଧି ଓ ଯୁବ ସଂଘ ଉପସ୍ଥିତିରେ ରାସ୍ତା ଜମି ମାପ କରାଯାଇଛି । ଦୀର୍ଘ ବର୍ଷରୁ ସାହିର ଉଭୟ ପାର୍ଶ୍ୱରେ ଘର ଗୁଡିକ କିଛି ରାସ୍ତା ଜମି ଅଧିଗ୍ରହଣ କରି ଘର କରିଦେଇଥିବାରୁ ସାହି ରାସ୍ତା ଅଣଓସାରିଆ ହେବା ସହ ଗାଁର ଜାନିଯାତ୍ରା ସମେତ ବିଭିନ୍ନ ପୂଜା ପର୍ବାଣୀ ପାଳନ କରିବାରେ ବାଧକ ସୃଷ୍ଟି ହେଉଛି ।
ତେଣୁ ସାହି ବାସିନ୍ଦାଙ୍କ ସହମତି କ୍ରମେ ଜାଗା ଚିହ୍ନଟକରଣ ହୋଇଛି । ଆଗକୁ ଉଚ୍ଛେଦ କରି ସାହି ରାସ୍ତା ପ୍ରଶସ୍ତିକରଣ ସହ ଡ୍ରେନ ନିର୍ମାଣ କରି ସାହିର ସୌନ୍ଧଜୀବରଣ କରାଯିବାର ଲକ୍ଷ ରହିଛି ବୋଲି ନିର୍ବାଚିତ ପ୍ରତିନିଧିଙ୍କ ପକ୍ଷରୁ କୁହାଯାଇଛି। ଏହି ଉଚ୍ଛେଦ ସମୟରେ ସରପଞ୍ଚ ସୁନିତା ମଳିକ, ସମିତି ସଭ୍ୟ ବାଳକୃଷ୍ଣ ମଳିକ, ଗ୍ରାମ ମୁଖିଆ ପ୍ରତାପ ଚନ୍ଦ୍ର ପାତ୍ର ଓ ଯୁବକ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
Comments are closed.