ଜାମ୍ବଗୁଡା ରାସ୍ତା ଅବସ୍ଥା ଶୋଚନୀୟ

ପାପଡାହାଣ୍ଡି : ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତର ଜାମ୍ବଗୁଡା ଗ୍ରାମର ପ୍ରାୟ ୨କିମି ରାସ୍ତା ଶୋଚନୀୟ ହୋଇପଡିଛି । ସୂଚନା ଅନୁସାରେ, ଗ୍ରାମ ଗଠନ ହୋଇ ଦୀର୍ଘ ବର୍ଷ ବିତିଥିଲେ ମଧ୍ୟ ଗ୍ରାମକୁ ପକ୍କା ରାସ୍ତା ଖଣ୍ଡେ ହୋଇପାରିନି ।  ଗ୍ରାମରେ ୧୦୦ପରିବାର ବସବାସ କରୁଥିବା ବେଳେ ୩୦୦ରୁ ଉର୍ଦ୍ଧ ଲୋକ ରହୁଛନ୍ତି  ।

ଗ୍ରାମରେ  ଅଙ୍ଗନୱାଡି  କେନ୍ଦ୍ର, ଏଏନଏମ ସେଣ୍ଟର, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଥିବା ବେଳେ ଭଲ ରାସ୍ତା ଖଣ୍ଡେ ନାହିଁ  । ଗ୍ରାମକୁ ସଂଯୋଗ କରୁଥିବା ଗୋଟିଏ ବ୍ରିଜ ମଧ୍ୟ ଭାଙ୍ଗି ପଡ଼ିଥିବା ବେଳେ ଜନସାଧାରଣ ନାଳ ଦେଇ ଯିବା ଆସିବା କରୁଛନ୍ତି । ଗତ୧୦ ଅକ୍ଟୋବର ୨୦୨୦ମସିହାରେ ଡାବୁଗାଁ ବିଧାୟକ ମଶାରୀ ବଣ୍ଟନ କାର୍ୟ୍ୟକ୍ରମରେ ଆସି ରାସ୍ତା ଓ ବ୍ରିଜ ତିଆରି ପାଇଁ ପ୍ରତିଶ୍ରୁତି ଦେଇଥିଲେ ମାତ୍ର ଏପର୍ୟ୍ୟନ୍ତ ସମସ୍ୟା ସମାଧାନ ହୋଇନାହିଁ  ।

ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପକ୍କା ରାସ୍ତା ଓ ବ୍ରିଜ ତିଆରି କରିବା ପାଇଁ ଗୋଟେ ଗ୍ରାମର ଚନ୍ଦ୍ର ହରିଜନ, ରାମକୃଷ ହରିଜନ, ନୀଳକଣ୍ଠ ମାଝୀ, କୃଷ୍ଣ ଅଗ୍ରିଆ, ଭାଗିରଥି ଅଗ୍ରିଆ, କମଳଲୋଚନ ଅଗ୍ରିଆ, ଭୁବନ ପାଣ୍ଡେ, ମୋହନ ହରିଜନ, ତ୍ରିନାଥ ନାୟକ ପ୍ରମୁଖ ନିବେଦନ କରିଛନ୍ତି  ।

Comments are closed.