www.samajalive.in
Friday, December 12, 2025
15.1 C
Bhubaneswar

 ପାତ୍ରସାହି ରାସ୍ତା ଓ ଡ୍ରେନ୍‌ ନିର୍ମଣ ପାଇଁ ହେବ ଉଚ୍ଛେଦ; ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ମୋହନା: ଗଜପତି ଜିଲ୍ଲା ମୋହନା ପାତ୍ରସାହିରେ ଜବରଦଖଲ ଉଚ୍ଛେଦ ପାଇଁ ରାସ୍ତା ଚିହ୍ନଟ କରାଯାଇଛି । ପାତ୍ରସାହି ରାସ୍ତା ପ୍ରଶସ୍ତିକରଣ ସହ ରାସ୍ତା ଓ ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ ପାଇଁ ଆଜି ରାଜସ୍ୱ କର୍ମଚାରୀ ସ୍ଥାନୀୟ ଜନ ପ୍ରତିନିଧି ଓ ଯୁବ ସଂଘ ଉପସ୍ଥିତିରେ ରାସ୍ତା ଜମି ମାପ କରାଯାଇଛି । ଦୀର୍ଘ ବର୍ଷରୁ ସାହିର ଉଭୟ ପାର୍ଶ୍ୱରେ ଘର ଗୁଡିକ କିଛି ରାସ୍ତା ଜମି ଅଧିଗ୍ରହଣ କରି ଘର କରିଦେଇଥିବାରୁ ସାହି ରାସ୍ତା ଅଣଓସାରିଆ ହେବା ସହ ଗାଁର ଜାନିଯାତ୍ରା ସମେତ ବିଭିନ୍ନ ପୂଜା ପର୍ବାଣୀ ପାଳନ କରିବାରେ ବାଧକ ସୃଷ୍ଟି ହେଉଛି ।

ତେଣୁ ସାହି ବାସିନ୍ଦାଙ୍କ ସହମତି କ୍ରମେ ଜାଗା ଚିହ୍ନଟକରଣ ହୋଇଛି । ଆଗକୁ ଉଚ୍ଛେଦ କରି ସାହି ରାସ୍ତା ପ୍ରଶସ୍ତିକରଣ  ସହ ଡ୍ରେନ ନିର୍ମାଣ କରି ସାହିର ସୌନ୍ଧଜୀବରଣ କରାଯିବାର ଲକ୍ଷ ରହିଛି ବୋଲି ନିର୍ବାଚିତ ପ୍ରତିନିଧିଙ୍କ ପକ୍ଷରୁ କୁହାଯାଇଛି। ଏହି ଉଚ୍ଛେଦ ସମୟରେ ସରପଞ୍ଚ ସୁନିତା ମଳିକ, ସମିତି ସଭ୍ୟ ବାଳକୃଷ୍ଣ ମଳିକ, ଗ୍ରାମ ମୁଖିଆ ପ୍ରତାପ ଚନ୍ଦ୍ର ପାତ୍ର ଓ ଯୁବକ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories