www.samajalive.in
Wednesday, December 10, 2025
23.1 C
Bhubaneswar

ୟୁରୋପୀୟ ଦେଶ ଗସ୍ତରୁ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀ, ଡେନ୍‍ମାର୍କ ଓ ଫ୍ରାନ୍ସକୁ ତାଙ୍କର ଗସ୍ତ ଶେଷକରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୨୦୨୨ରେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ବିଶେଷ ଗସ୍ତ ଥିଲା। ତାଙ୍କର ଏହି ଗସ୍ତ ସମୟରେ ସେ ଜର୍ମାନୀ ଚାନ୍‍ସେଲର ଓଲାଫ୍‍ ସୋଲ୍‍ଜଙ୍କ ସହ ଆଲୋଚନା କରିଥିଲେ। ଦୁଇ ନେତା ଭାରତ-ଜର୍ମାନୀ ଆନ୍ତଃସରକାରୀ ଆଲୋଚନାରେ ସହ-ଅଧ୍ୟକ୍ଷତା କରିଥିଲେ। ଚାନ୍‍ସେଲର ସୋଲ୍‍ଜଙ୍କ ସହ ଶ୍ରୀ ମୋଦୀଙ୍କର ଏହା ପ୍ରଥମ ଭାରତ-ଜର୍ମାନୀ ଆନ୍ତଃ ସରକାରୀ କଥାବାର୍ତ୍ତା ଥିଲା। ଶ୍ରୀ ମୋଦୀ ଓ ଶ୍ରୀ ସୋଲ୍‍ଜ ମିଳିତ ଭାବେ ଏକ ବ୍ୟବସାୟିକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ। ଶ୍ରୀ ମୋଦୀ ଜର୍ମାନୀରେ ଥିବା ପ୍ରବାସୀ ଭାରତୀୟମାନଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।

ତାଙ୍କ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ମୋଦୀ କୋପେନ୍‍ ହେଗେନ୍‍ ଗସ୍ତ କରି ଡେନ୍‍ମାର୍କ ଦ୍ୱାରା ଆୟୋଜିତ ଦ୍ୱିତୀୟ ଭାରତ-ନର୍ଦିକ୍‍ ଶିଖର ବୈଠକରେ ଯୋଗ ଦେଇଥିଲେ। ଏହି ସମୟରେ ଶ୍ରୀ ମୋଦୀ ଡେନ୍‍ମାର୍କ ପ୍ରଧାନମନ୍ତ୍ରୀ ମେଟ୍‍ ଫ୍ରେଡ୍ରିକ୍‍ସନଙ୍କ ସହ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ଭାରତ-ଡେନ୍‍ମାର୍କ ବ୍ୟବସାୟିକ ଫୋରମରେ ଯୋଗ ଦେଇଥିଲେ ଓ ପ୍ରବାସୀ ଭାରତୀୟମାନଙ୍କୁ ଉଦବୋଧନ ଦେଇଥିଲେ। ଦ୍ୱିତୀୟ ଭାରତ-ନର୍ଦିକ ଶିଖର ବୈଠକ ସମୟରେ ଶ୍ରୀ ମୋଦୀ ଆଇସ୍‍ଲ୍ୟାଣ୍ଡ୍‍ ପ୍ରଧାନମନ୍ତ୍ରୀ କାଟ୍ରିନ୍‍ ଜ୍ୟାକବ୍‍ସ ଡୋତିରଙ୍କ ସହ କଥାବାର୍ତ୍ତା କରିଥିଲେ।

- Advertisement -

ଏହି ଅବସରରେ ଶ୍ରୀ ମୋଦୀ ନରୱେ, ସୁଇଡେନ୍‍ ଓ ଫିନ୍‍ଲ୍ୟାଣ୍ଡର ପ୍ରଧାନମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା କରିଥିଲେ। ଆଲୋଚନାରେ କରୋନା ପରବର୍ତ୍ତୀ ଅର୍ଥନୈତିକ ସୁଧାର, ଜଳବାୟୁ ପରିବର୍ତ୍ତନ, ନବୀକରଣ ଓ ବୈଷୟିକ ଜ୍ଞାନ, ପୁନର୍ବ୍ୟବହାରକ୍ଷମ ଶକ୍ତି, ବିଶ୍ୱ ସୁରକ୍ଷା ପରିସ୍ଥିତି ଓ ଆର୍‍ଟିକ୍‍ ଅଞ୍ଚଳରେ ଭାରତ-ନର୍ଦିକ ସହଯୋଗ ସ୍ଥାନ ପାଇଥିଲା। ୨୦୧୮ ମସିହାରେ ଷ୍ଟକ୍‍ହୋମରେ ପ୍ରଥମ ଭାରତ-ନର୍ଦିକ ଶିଖର ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ୱଦେଶ ଫେରିବା ବେଳେ ଶ୍ରୀ ମୋଦୀ ପ୍ୟାରିସରେ ସ୍ୱଳ୍ପ ସମୟ ପାଇଁ ଅଟକି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‍ ମାକ୍ରନ୍‍ଙ୍କୁ ସାକ୍ଷାତ କରିଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories