www.samajalive.in
Wednesday, December 10, 2025
16.1 C
Bhubaneswar

ଜିଲ୍ଲାସ୍ତରୀୟ ଧରଣୀଧର ଜୟନ୍ତୀ ସମାରୋହରେ ଅଗ୍ରଣୀ ଚାଷୀ ତ୍ରିନାଥ ମୁଣ୍ଡା ସମ୍ବର୍ଦ୍ଧିତ

ପାଟଣା : କେନ୍ଦୁଝର ଜିଲ୍ଲାସ୍ତରୀୟ ବିପ୍ଳବୀ ଧରଣୀଧର ଭୂୟାଁଙ୍କ ୧୫୮ତମ ଜୟନ୍ତୀ ସମାରୋହରେ ପାଟଣା ବ୍ଲକ ଜମୁନାପଶି ପଂଚାୟତ ପଦ୍ମପୁର ଗ୍ରାମର ଅଗ୍ରଣୀ ଆଦିବାସୀ ଚାଷୀ ତ୍ରିନାଥ ମୁଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟ ଅତିଥି ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଚାଷୀ ତ୍ରିନାଥ ମୁଣ୍ଡାଙ୍କୁ ମାନପତ୍ର, ଅଙ୍ଗବସ୍ତ୍ର ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। କୃଷିବିଭାଗ ତରଫରୁ ମିଳିଥିବା ପ୍ରୋତ୍ସାହନ ଓ ତାଲିମ ସୁବିଧାର ସଦୁପଯୋଗ କରି ପନିପରିବା, ମତ୍ସ୍ୟଚାଷ ଓ ତୈଳବୀଜ ଚାଷରେ ତ୍ରିନାଥଙ୍କ ନିଷ୍ଠା ଓ ଅଧ୍ୟବସାୟ ପାଇଁ ପାଟଣା ବ୍ଲକ କୃଷିବିଭାଗ ସୁପାରିଶରେ ଜିଲ୍ଲା ପ୍ରଶାସନ ତାଙ୍କୁ ସମ୍ବର୍ଦ୍ଧିତ କରିଛି। ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହରେ ଜିଲ୍ଲାପାଳ ଆଶିଷ ଠାକରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ସମ୍ମାନୀତ ଅତିଥି ଭାବେ ସଦର ବିଧାୟକ ମୋହନ ଚରଣ ମାଝୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିଲେ ।

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories