www.samajalive.in
Saturday, December 13, 2025
27.1 C
Bhubaneswar

ପୂଜକଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ଗହଣା ଓ ଟଙ୍କା

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ବାହାଦୁର ପେଟା ଶେଷ ସାହିରେ ରହୁଥିବା ରାମଚନ୍ଦ୍ରପୁର ଲକ୍ଷ୍ମନୃସିଂହ ମନ୍ଦିରର ପୂଜାରୀଙ୍କ ଘରେ ଚୋର ମାନେ କଳାକନା ବୁଲାଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତ ମାନେ ଟଙ୍କା ଓ ଅଳଙ୍କାର ଲୁଟିନେଇଛନ୍ତି । ଏନେଇ ମନ୍ଦିରର ପୂଜାରୀ ବିଜୟ କୁମାର ଦାଶଙ୍କ ପକ୍ଷରୁ  ଥାନାରେ ଲିଖିତ ଅଭିଯୋଗ ହେବାପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।  ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ଅକ୍ଷୟ ତୃତୀୟା ଲାଗି ପୂଜାରୀ ବିଜୟ କୁମାର ଦାଶ ସପରିବାର ସହ ପୂଜା ଅର୍ଚ୍ଚନା କାର୍ଯ୍ୟ ପାଇଁ ମନ୍ଦିରରେ ଥିଲେ । ଆଜି ସକାଳୁ ଠାକୁରଙ୍କ ନିତ୍ୟକର୍ମ ସାରି ପ୍ରାୟ ୯ଟା ବେଳେ ଘରକୁ ଫେରିଥିଲେ । ଘରେ ପହଞ୍ଚିବା ବେଳକୁ କବାଟ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା । ଘରର ଆଲମାରୀ ଭାଙ୍ଗି ସେଥିରେ ଥିବା ନଗଦ ୨୦ ହଜାର ଟଙ୍କା, ୫ତୋଳା ରୂପାର ଗଣେଶ ଲକ୍ଷ୍ମୀ ମୂର୍ତ୍ତି, ୩ ତୋଳା ରୂପାର ଗିନା ଦୁର୍ବୃତ୍ତ ଲୁଟି ନେଇ ଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୂଜାରୀ । ଅଭିଯୋଗ ଅଭିଯୋଗ ଅନୁସାରେ ପୁଲିସ କେସ ନଂ ୭୪/୨୦୨୨ ମାମଲା ରୁଜୁ କରି ସନ୍ଧାନୀ କୁକୁର ସହ ସାଇଣ୍ଟିଫକ୍ ଟିମ ପହଞ୍ଚି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ସୂଚନା ଦେଇଛନ୍ତି । ଗତ କିଛି ଦିନ ତଳେ ଭକ୍ତି ସାଲେବେଗ ନଗରରେ ମଧ୍ୟ ଜଣେ ଅବସର‌ପ୍ରାପ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ଘରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ସହ ନଗଦ ଟଙ୍କା ଲୁଟ ନେଇଥିଲେ କିଛି ଦୁର୍ବୃତ୍ତ । ଏହା ମଧ୍ୟରେ ଗୋପାଳପୁର ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଚୋରି ମାମଲା ବଢୁଥିବା ସାଧାରଣରେ ଅଭିଯୋଗ ହେଉଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories