ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ଧାନବେଣୀ ହୁଡ଼ି ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ ପଛରେ ପିଟି ହୋଇ ଜଣେ ବାଇକ୍ ଚାଳକଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ସ୍ଥଳରେ ଗୁରୁତର ହୋଇ ପଡ଼ିଥିବା ବାଇକ୍ ଚାଳକଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଡାକ୍ତରଖାନା ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ଜଣକ ସଦର ଥାନା ଅନ୍ତର୍ଗତ ମଇଦାନକେଲ ପଞ୍ଚାୟତ ତାଳପଦା ଗ୍ରାମର ଦୀନବନ୍ଧୁ ନାଏକ (୫୩) ବୋଲି ଜଣାପଡିଛି । ସେ ନିଜ ଶ୍ଵଶୁର ଘର ଗ୍ରାମ ବାଉଁଶୁଳିରୁ ନିଜ ଗ୍ରାମକୁ ବାଇକ୍ ଯୋଗେ ଫେରୁଥିବା ସମୟରେ ଧାନବେଣୀ ହୁଡ଼ି ନିକଟରେ ଟ୍ରକ ପଛରେ ପିଟି ହୋଇ ଯାଇଥିଲେ । ଆଜି ତୁରୁମୁଙ୍ଗା ଥାନା ଏଏସ୍ଆଇ ନରେଶ ଓରାମ କେନ୍ଦୁଝର ଯାଇ ମୃତକର ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର କୁ ହସ୍ତାନ୍ତର କରିଛନ୍ତି ।
Popular Categories



