www.samajalive.in
Saturday, December 13, 2025
27.1 C
Bhubaneswar

୧୫ ଫୁଟର ଅଜଗର ଉଦ୍ଧାର

ଗଞ୍ଜାମ: ଗଞ୍ଜାମ ସହର ଗ୍ରାସୀମ କମ୍ପାନୀରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ କ୍ବାର୍ଟର ନିକଟରୁ ଏକ ଅଜଗର ସାପ ଉଦ୍ଧାର କରାଯାଇଛି । ମଙ୍ଗଳବାଇ ରାତ୍ରରେ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ ସାପଟିକୁ ଦେଖିବାକୁ ପାଇଥିଲେ । ଅଜଗରଟିକୁ ଦେଖିବା ପରେ ସଂଗେ ସଂଗେ  କେ.ରଜନୀକାନ୍ତ, ଲପିତ , ଦୁର୍ଗା,ଶୁଭେନ୍ଦୁ, ପ୍ରବୀଣ ପ୍ରମୁଖ ସିକ୍ୟୁରିଟି ଓ ଫାଇର ଟିମ ମିଶି ଏକ ବଡ ପ୍ଲାଷ୍ଟିକ ପାତ୍ରରେ ତାକୁ କାବୁକରି ବନ ବିଭାଗକୁ ଖବର ଦେଇଥିଲେ । ଅଜଗରଟି ପ୍ରାୟ ୧୩ ଫୁଟ ଲମ୍ବା ଓ ପ୍ରାୟ ୩୦ କିଲୋ ଓଜନ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ବନ ବିଭାଗ କର୍ମଚାରୀ  କ୍ରୀଷ୍ନା ପ୍ରସାଦ, ଦିନେସ, ସଞ୍ଜୟ, ଦୀନବନ୍ଧୁ ପ୍ରମୁଖ ବନ କର୍ମଚାରୀ ସାପଟିକୁ ଉଦ୍ଧାର କରି ରାମଗଡ଼ ପଞ୍ଚାୟତର ଦୁମୁନାଗିରି ପାହାଡ଼ରେ ଛାଡିଦେଇଛନ୍ତି ।

 

- Advertisement -

 

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories