www.samajalive.in
Saturday, December 13, 2025
23.1 C
Bhubaneswar

ଉତ୍କଳ ବିକାଶ ପରିଷଦର ଅକ୍ଷୟ ତୃତୀୟା ଉତ୍ସବ ପାଳନ

ଚୌଦ୍ୱାର: ଉତ୍କଳ ବିକାଶ ପରିଷଦ ତରଫରୁ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍‍ ଅଧିନ ବ୍ରହ୍ମପୁର ଗ୍ରାମରେ ରାଜ୍ୟସ୍ତରୀୟ ଅକ୍ଷୟ ତୃତୀୟା ଉତ୍ସବ ପାଳିତ ହୋଇ ଯାଇଛି। ପରିଷଦର କାର୍ଯ୍ୟକାରୀ ସଭାପତି କୈଳାସ ଚନ୍ଦ୍ର ବରାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସ୍ଥାନୀୟ ସରପଞ୍ଚ କଲ୍ୟାଣୀ ଦାସ,ସମିତି ସଭ୍ୟା ପ୍ରତିମାମୟୀ ମହାନ୍ତି, ପରିଷଦର ଉପାଧ୍ୟକ୍ଷ ଅର୍ଦ୍ଧେନ୍ଦୁ ଭୋଳ, ଡ. ପ୍ରଭାତ ଚନ୍ଦ୍ର ରାଉତରାୟ, ମାନସ ସାହୁ, ଅଲୋଖ ଚନ୍ଦ୍ର ରାଉତ ପ୍ରମୁଖ ଅକ୍ଷୟ ତୃତୀୟା ପର୍ବର ମହତ୍ୱ ଉପରେ ଆଲୋଚନା କରିଥିଲେ।ପରିଷଦ ପକ୍ଷରୁ କଳାହାଣ୍ଡି, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଆଦି ଜିଲାର ପରିଷଦ ସଭାପତିମାନଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ୟାମସୁନ୍ଦର ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅମରେନ୍ଦ୍ର ରାଉତ, ଜଗନ୍ନାଥ ଦାସ,ସୁଚନ୍ଦ୍ର ମହାନ୍ତି, ଗନ୍ଧର୍ବ ଦାସ, ଅରକ୍ଷିତ ମଲ୍ଲିକ, ସଂଗ୍ରାମ ସ୍ୱାଇଁ, ମୂରଲୀଧର ନାୟକ, ନିରଞ୍ଜନ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସରପଞ୍ଚ ଶ୍ରମତୀ ରାଉତ ଅକ୍ଷୀମୁଠି ବୁଣିଥିଲେ।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories